ବିଦ୍ୟାଳୟ ପରିଚାଳନା କମିଟିର ତାଲିମ ଶିବିର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଲାଦେରପାଲି ସ୍ଥିତ ବନ୍ଧପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଡାକ୍ତର ବିଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତ୍ରିଦିବସୀୟ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ସ୍କୁଲ ପ୍ରତି ଅଭିଭାବକମାନଙ୍କ ଦାୟିତ୍ବ କିପରି ହେବ, ଯାହା ଦ୍ୱାରା ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ପିଲାମାନେ ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କିପରି ଉତ୍ତମ ପରିବେଶ ସୃଷ୍ଟି କରାଯାଇ ପାରିବ, ପିଲାମାନଙ୍କ ମଧ୍ୟରେ ଥିବା ବିଭିନ୍ନ ପ୍ରତିଭାକୁ ଉନ୍ମୋଚିତ କରାଯାଇ ସେ ଦିଗରେ ତାଙ୍କୁ ଉତ୍ସାହିତ କରିବା, ଅଧlରୁ ପାଠ ପଢା ଛାଡ଼ି ଦେଇଥିବା ପିଲାମାନଙ୍କୁ ପୁନଃ ବିଦ୍ୟାଳୟକୁ ଆସିବା ପାଇଁ ସୁଯୋଗ ସୃଷ୍ଟି କରିବା ସହ ଛାତ୍ର ସଂଖ୍ୟା ବୃଦ୍ଧି କରିବା, ମୋ ସ୍କୁଲ୍ ଅଭିଯାନରେ ସେମାନେ ସାମିଲ ହୋଇ ବିଦ୍ୟାଳୟର ଉତ୍ତୋରତ୍ତର ବିକାଶ କରିବା ଆଦି ଉପରେ ଏହି ତାଲିମ ଶିବିର ରେ ଆଲୋଚନା କରାଯିବା ସହ ତାଲିମ ପ୍ରଦାନ କରାଯିବା ଆଦି ଏହି ତାଲିମ ର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ଏହି ଉଦଯାପନୀ ଦିବସରେ ସିଆରସିସି ନୃପ ଭୋଇ, ଅଭିଭାବକ, ଅଭୀଭାବିକା,ପରିଚାଳନା କମିଟିର ସଭାପତି, ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ। ଶେଷରେ ସହକାରୀ ଶିକ୍ଷକ ଶଙ୍କର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Comments are closed.