ରା​‌ଷ୍ଟ୍ରାୟତ୍ତ ବୀମା କମ୍ପାନୀର ହେବ ମିଶ୍ରଣ

ନୂଆଦିଲ୍ଲୀ : ବ୍ୟାଙ୍କ ଏବଂ ଉଦ୍ୟୋଗ କ୍ଷେତ୍ରରେ ମିଶ୍ରଣ ପରେ କେନ୍ଦ୍ର ସରକାର ଏବେ ରାଷ୍ଟ୍ରାୟତ୍ତ ବୀମା​‌​‌ କମ୍ପାନୀଗୁଡିକର ମିଶ୍ରଣ ନେଇ ବିଚାର କରୁଛନ୍ତି । ଏହି କ୍ରମରେ ରାଷ୍ଟ୍ରାୟତ୍ତ ନ୍ୟୁ ଇଣ୍ଡିଆ ଆସ୍ୟୁରାନ୍ସ ସହ ଅନ୍ୟ ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ମିଶ୍ରଣ ଭଳି ଅନ୍ୟ ବିକଳ୍ପ ଉପରେ ସରକାର ଅନୁଧ୍ୟାନ କରୁଥିବା ଜଣାଯାଇଛି।​‌
ରାଷ୍ଟ୍ରାୟତ୍ତ ବୀମା​‌​‌ କମ୍ପାନୀଗୁଡିକର ମିଶ୍ରଣ ପ୍ରସଙ୍ଗରେ ଏବେ ସରକାରଙ୍କ ନଜର ଦେଶର ତିନି ପ୍ରମୁଖ ବୀମା କମ୍ପାନୀ ନ୍ୟାସନାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଉପରେ ରହିଛି । ଏହି ତିନି କମ୍ପାନୀର ମିଶ୍ରଣ ବ୍ୟତୀତ ସେଗୁଡିକର ଅଂଶଧନ ବିକ୍ରି ଭଳି ଅନ୍ୟ ବିକଳ୍ପ ଉପରେ ଅର୍ଥ ମନ୍ତ୍ରାଳୟ ଅଧୀନସ୍ଥ ନିବେଶ ଏବଂ ସରକାରୀ ସମ୍ପତ୍ତି ପରିଚାଳନା ବିଭାଗ (ଦୀପମ୍‌) ବିଚାର କରୁଛି ା ବିଗତ ଦୁଇ ବର୍ଷ ହେବ ବୀମା କମ୍ପାନୀଗୁଡିକର ଅଂଶଧନ ବିକ୍ରି କରିବାକୁ ସରକାର ପ୍ରସ୍ତାବ ରଖିଛନ୍ତି। ଏହାଛଡା ଏହି ବୀମା କମ୍ପାନୀଗୁଡିକର ଅଂଶଧନକୁ ସିଧାସଳଖ ଭାବେ ନ୍ୟୁ ଇଣ୍ଡିଆକୁ ବିକ୍ରି ନେଇ ଯୋଜନା ରହିଥିବା ଜଣାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ତିନୋଟି ବୀମା କମ୍ପାନୀ ମିଶ୍ରଣ ଘଟାଇବା ​‌େ​‌ନଇ ଯୋଜନା ରଖିଥିବାବେଳେ ଏବେ ଏହି ସଂଖ୍ୟା ୪ ହେବ ା କାରଣ ଏହି ୪ ବୀମା କମ୍ପାନୀର ମିଶ୍ରଣ ଜରିଆରେ ସରକାର ଭାରତୀୟ ଜୀବନ ବୀମା ନିଗମ (ଏଳ୍‌ଆଇସି) ଭଳି ଆଉ ଏକ ବୃହତ୍‌ ବୀମା କମ୍ପାନୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି। ଥରେ ମିଶ୍ରଣ ଘଟିବା ପରେ ସରକାର କମ୍ପାନୀଗୁଡିକରୁ ଅଂଶଧନ ପ୍ରତ୍ୟାହାର ପ୍ରକ୍ରିୟାର ଆରମ୍ଭ କରିଦେବେ। ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ମିଶ୍ରଣ ଯୋଜନା କେନ୍ଦ୍ର ସରକାରଙ୍କ ପକ୍ଷରୁ ରଖାଯାଇଥିବା​‌ ପୁଞ୍ଜି ପ୍ରତ୍ୟାହାର ଯୋଜନାର ଏକ ଅଂଶ । ଗତ ଆର୍ଥିକ ବର୍ଷରେ ସରକାର ୮୫,୦୪୫ ​କୋଟିକୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଥିବାବେଳେ ଚଳିତ ଆର୍ଥିକବର୍ଷରେ ୯୦,୦୦୦ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ରଖିଛନ୍ତି। ୨୦୧୮-୧୯ ବଜେଟ୍‌ରେ ସରକାର ନ୍ୟାସନାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ, ଓରିଏଣ୍ଟାଲ ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ୟୁନାଇଟେଡ୍‌ ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀର ମିଶ୍ରଣ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ବୀମା କମ୍ପାନୀଗୁଡିକର ଦୂର୍ବଳ ଆର୍ଥିକ ସ୍ଥିତି କାରଣରୁ ଏହି ପ୍ରସ୍ତାବିତ ମିଶ୍ରଣ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଜଣାଯାଇଛି।

Comments are closed.