ରାଜକ୍ଷମା ଆବେଦନ କଲେ ନିର୍ଭୟା ଗଣଦୁଷ୍କର୍ମ ଦୋଷୀ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦ୍ବାରା ନିର୍ଭୟା ଗଣଦୁର୍ଷମ ଘଟଣାର ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ ହେବାପରେ ବୁଧବାର ଏହା ଗୃହ ମନ୍ତ୍ରଣାଳୟରେ ପହଞ୍ଚିଛି। ଗୃହ ମନ୍ତ୍ରଣାଳୟରୁ ଏହା ଖୁବ୍ ଶିଘ୍ର ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତି ଯଦି ଏହି ରାଜକ୍ଷମା ଆବେଦନକୁ ଖାରଜ କରନ୍ତି ତେବେ ଦୋଷୀଙ୍କୁ ଶିଘ୍ର ଫାଶି ଖୁଣ୍ଟରେ ଝୁଲାଯିବ। ଏହାପୂର୍ବରୁ ଦିଲ୍ଲୀ ସରକାର ଏହି ଘଟଣାର ରାଜକ୍ଷମା ଆବେଦନକୁ ଖାରଜ କରିଦେଇଥିଲେ। ଦିଲ୍ଲୀ ସରକାର ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଦୋଷୀଙ୍କ ରାଜକ୍ଷମା ଆବେଦନକୁ ଖାରଜ କରିବାପାଇଁ ଆବେଦନ କରିଥିଲେ। ଦିଲ୍ଲୀ ସରକାରଙ୍କ ଗୃହମନ୍ତ୍ରୀ ସତେନ୍ଦ୍ର ଜୈନ ଏହି ରାଜକ୍ଷମା ଆବେଦନର ଫାଇଲକୁ ଉପରାଜ୍ୟପାଳଙ୍କ ପାଖକୁ ପଠାଇଦେଇଥିଲେ। ଦିଲ୍ଲୀ ଗୃହମନ୍ତ୍ରୀ କହିଥିଲେ ଯେ ଏହି ଘଟଣାରେ ଦୋଷୀ ମାନେ ଦଣ୍ଡ ପାଇବା ଆବଶ୍ୟକ। ଏହି ଜଘନ୍ୟ ଅପରାଧୀଙ୍କୁ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କ ଦଣ୍ଡଦେଲେ ସମାଜକୁ ଏକ ବାର୍ତ୍ତା ଯିବ। ଯାହା ଦ୍ବାରା ଭବିଷ୍ୟତରେ ଏପରି କାର୍ୟ୍ୟ କରିବାକୁ କେହି ଭାବିବେନାହିଁ।

ଏଠାରେ ସୂଚନାଯୋଗ୍ୟ ୧୬ଡିସେମ୍ବର ୨୦୧୨ରେ ଦିଲ୍ଲୀସ୍ଥିତ ମୁନୀରିକାଠାରେ ୬ ଜଣ ବ୍ୟକ୍ତି ପାରାମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ନିର୍ଭୟାଙ୍କ ଜଣେ ସାଥି ମଧ୍ୟ ଉକ୍ତ ବସରେ ଥିଲେ। ୬ଅଭିଯୁକ୍ତ ନିର୍ଭୟା ଓ ତାଙ୍କ ବନ୍ଧୁଙ୍କୁ ମାଡ଼ ମାରିବା ସହ ନିର୍ଭୟାଙ୍କ ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ତାଙ୍କ ବନ୍ଧୁଙ୍କୁ ମଧ୍ୟ ମାରଣାନ୍ତକ ଆକ୍ରମଣ କରିଥିଲେ। ପରେ ଉଭୟଙ୍କୁ ଚଳନ୍ତା ବସରୁ ତଳକୁ ଫିଙ୍ଗି ଦିଆଯାଇ ଥିଲା। ୧୮ଡିସେମ୍ବରରେ ଦିଲ୍ଲୀ ପୁଲିସ ଏହି ମାମଲାରେ ୪ଜଣଙ୍କୁ ଗିରଫ କରିଥିଲେ। ରାମ ସିଂହ, ମୁକେଶ, ବିନୟ ଶର୍ମା ଓ ବିନୟ ଗୁପ୍ତାଙ୍କୁ ଗିରଫ କରିଥିଲା। ୨୧ଡିସେମ୍ବରରେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକ ଓ ୬ଷ୍ଠ ଅଭିଯୁକ୍ତ ଅକ୍ଷୟ ଠାକୁରଙ୍କୁ ବିହାରରୁ ଗିରଫ କରିଥିଲା। ୨୯ଡିସେମ୍ବର ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ନିର୍ଭୟାଙ୍କ ଚିକିତ୍ସା ଚାଲିଥିଲେ ମଧ୍ୟ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନହେବାରୁ ତାଙ୍କୁ ସିଙ୍ଗାପୁରକୁ ସ୍ଥାନାନ୍ତର କରାଯାଇ ଥିଲା। ହେଲେ ସେଠାରେ ନିର୍ଭୟାଙ୍କ ମୃତ୍ୟୁ ହୋଇଥିଲା।
୩ଜାନୁୟାରୀ ୨୦୧୩ରେ ୫ଜଣ ପୂର୍ଣ୍ଣ ବୟସ୍କ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା, ଗଣବଳାତ୍କାର, ଅପହରଣ ପରି ସଙ୍ଗୀନ ଅଭିଯୋଗ ଦାଏର କରିଥିଲେ। ୧୧ମାର୍ଚ୍ଚ ୨୦୧୩ରେ ତିହାର ଜେଲରେ ରାମ ସିଂହ ଆତ୍ମହତ୍ୟ କରିଥିଲେ। ୧୩ଡିସେମ୍ବର ୨୦୧୩ରେ ୪ଜଣ ଦୋଷୀଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ। ୨୦ଡିସେମ୍ବର ୨୦୧୫ରେ ସୁଧାର ଗୃହରୁ ନାବାଳିକ ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଇ ଥିଲା। ଏହାକୁ କେନ୍ଦ୍ର କରି ସମଗ୍ର ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା। ୯ନଭେମ୍ବର ୨୦୧୭ରେ ମୁକେଶ ପକ୍ଷରୁ ସୁପ୍ରିମ କୋର୍ଟରେ ଉକ୍ତ ମାମଲାର ପୁନର୍ବିଚାର ଆବେଦନ କରାଯାଇ ଥିଲା। ନିର୍ଭୟା ମାମଲାରେ ସୁପ୍ରିମ କୋର୍ଟରେ ହୋଇଥିବା ପୁନର୍ବିଚାର ମାମଲାକୁ ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ।

Comments are closed.