ରାସ୍ତାରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମାନସିକ ବିକାରଗ୍ରସ୍ତ ମହିଳା

ଭଦ୍ରକ: ମାନସିକ ବିକାରଗ୍ରସ୍ତ ଜଣେ ମହିଳା ରାଜ ରାସ୍ତାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଭଦ୍ରକ ବନ୍ତ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଖବର ଜଣାପଡିବା ପରେ କିଛି ସାମାଜିକ ସଙ୍ଗଠନର ବ୍ୟକ୍ତି ବିଶେଷ  ଉଭୟ ମା’ ଓ ଶିଶୁକୁ ଏକ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ଉଭୟ ସୁସ୍ଥ ଥିବା ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ, ବିକୃତ ମସ୍ତିଷ୍କ ହୋଇଥିବାରୁ ମହିଳା ଜଣଙ୍କ ସହରର ବିଭିନ୍ନ ସ୍ଥାନରେ ଘୁରି ବୁଲିଥାନ୍ତି। ଏଭଳି ଅସହାୟତା ପରିସ୍ଥିତିର ସୁଯୋଗ ନେଇ କେହି ଦୁବୃର୍ତ୍ତ ମହିଳା ଜଣଙ୍କୁ ଦୁଷ୍କର୍ମ କରିଥିବାରୁ ସେ ଗର୍ଭବତୀ ହୋଇଥିଲେ ବୋଲି ଅନୁମାନ କରାଯାଉଛି।

Comments
Loading...