ମାନସିକ ଅନଗ୍ରସର ବୃଦ୍ଧା ଉଦ୍ଧାର

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ ନପଙ୍ଗ ପଞ୍ଚାୟତ ଇଟୁଆ ଗ୍ରାମରୁ ଜନୈକା ମାନସିକ ଅନଗ୍ରସର ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି।ପରିବାରରେ କେହି ନଥିବାରୁ ଅସହାୟ ହୋଇ ପଡ଼ିଥିବା ଇଟୁଆ ଗ୍ରାମର ଶୋଭା ସାହୁ(୬୨) ଗତ କିଛିବର୍ଷ ହେଲା ତାଙ୍କ ବିଧବା ଭଉଣୀ ପାଖରେ ରହୁଥିଲେ। ତାଙ୍କର ମାନସିକ ବିକୃତି ବଢ଼଼ିଯିବା ହେତୁ ସେ ଘରେ ନରହି ଏଣେ ତେଣେ ପଳାଇ ଯାଉଥିଲେ। କୌଣସି ଦୁର୍ଘଟଣାର ଅଶଂକା କରି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲ’ ସଂଗଠନର ସଦସ୍ୟ ମାନେ ଶୋଭାଙ୍କୁ ଉଦ୍ଧାର କରି ଛତିଆ ସ୍ଥିତ ସେବକ ଆଶ୍ରମରେ ଛାଡ଼ିଥିବା ଜଣା ପଡ଼ିଛି। ସଂଗଠନ ସମ୍ପାଦକ ମାନସ କୁମାର ସାହୁ, ସଂଗ୍ରାମ କେଶରୀ ଦାସ, ଅଜିତ ସ୍ୱାଇଁ, ପ୍ରକାଶ ନାୟକ, ଆଶୁତୋଷ ଦାସ ପ୍ରମୁଖ  ଶୋଭାଙ୍କୁ ଉଦ୍ଧାର ସେଠାରେ ଛାଡିଛନ୍ତି।

Comments are closed.