ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର

ବାଙ୍କୀ : ଡମପଡା ବ୍ଲକ ଅଧିନ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆୟୋଜନରେ ସ୍ଥାନୀୟ ଘାସିପୁଟ୍ଟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ମାନସିକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଡମପଡା ବିଡିଓ ଆର୍ତ୍ତବନ୍ଧୁ ଲେଙ୍କା ଉଦ୍‌ଘାଟନ କରିଥିଲେ। ବାଙ୍କୀ ଉପଖଣ୍ଡ ଡାକ୍ତରଖାନାର ଅଧିକ୍ଷକ ମୃତ୍ୟୁଞ୍ଜୟ ମହାପାତ୍ର ଓ ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ବିଶ୍ୱଜିତ୍ ପଣ୍ଡା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ବିଭିନ୍ନ ଗ୍ରାମରୁ ମାନସିକ ରୋଗୀ ମାନଙ୍କୁ ଚିହ୍ନଟ ଓ ଚିକିତ୍ସା ସେବା ଆଜି ଯୋଗାଇ ଦିଆଯାଇଛି। କଟକ ଜିଲ୍ଲା ସିଟି ହସ୍ପିଟାଲର ଅଭିଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର,ଡାକ୍ତର ବାନାମ୍ବର ମହାପାତ୍ର,ମନସ୍ୱିନୀ ବରାଳ,ହରିନାରାୟଣ ଦାସ,ଇତିଶ୍ରୀ ମହାନ୍ତି ପ୍ରମୁଖ ଆସିଥିବା ରୋଗୀ ମାନଙ୍କୁ ପରୀକ୍ଷା ଓ ମାନସିକ ରୋଗୀ ଭାବରେ ଚିହ୍ନଟ କରାଇଥିଲା ବେଳେ କମ୍ୟୁନିଟି ମ୍ୟାନେଜର ଜାନକୀ ସି ଜିଲ୍ଲା ପ୍ରଶାସନ ପକ୍ଷରୁ ଶିବିର ପରିଚାଳନା କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପି.ଏଚ.ଇ.ଓ ଶାନ୍ତିଲତା ଦେଈ,ବିପିଏମ୍ ଅପର୍ଣ୍ଣା ମହାପାତ୍ର,ବଶନ୍ତ କୁମାର ଦାସ,ଗୌରାଙ୍ଗ ଚରଣ ବେଉରା,ଉମାକାନ୍ତ ସ୍ୱାଇଁ,ଅଶୋକ କୁମାର ମହାପାତ୍ର,ମନୋଜ କୁମାର ମୂଳିଆ,ସଞ୍ଜୟ କୁମାର ଦାସ,ରଞ୍ଜିତ କୁମାର ପ୍ରଧାନ,ବିଭୁ ପ୍ରସାଦ ବେହେରା,ଜଗବନ୍ଧୁ ସ୍ୱାଇଁ,ଦିପ୍ତୀରଞ୍ଜନ ସେଠୀ,ପତିତପାବନ ସାହୁ ପ୍ରମୁଖ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟକର୍ମୀ,ଫାର୍ମାଶିଷ୍ଟ ଯୋଗଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ବିଭିନ୍ନ ଅଞ୍ଚଳର ଆଶାକର୍ମୀ ମାନେ ରୋଗୀ ମାନଙ୍କୁ ଆଣିବା ପାଇଁ ସକ୍ରୀୟ ସହଯୋଗ କରିଥିଲେ। ଆୟୋଜିତ ଶିବିରରେ ୩୧ଜଣ ମାନସିକ ରୋଗୀଙ୍କୁ ଚିହ୍ନଟ ଓ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିବା ସମ୍ପର୍କରେ ସୂଚନା ମିଳିଛି।

Comments are closed.