ଭୋଗରାରେ ବିକୃତ ମସ୍ତିଷ୍କ ମହିଳା

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଗାଁରେ ଜଣେ ଅପରଚିତ ମହିଳା ବୁଲୁଥବା ସଂପର୍କରେ ଗ୍ରାମବାସୀ ପୁଲିସକୁ ଖବର ଦେଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମହିଳାଟିର ବୟସ ଅଧିକ ହୋଇ ନ ଥିବା ବେଳେ ତାର ବିକୃତ ମସ୍ତିଷ୍କ ବୋଲି ଜଣାପଡିଛି। ତାର ଘର କେନ୍ଦ୍ରାପଡା ଜିଲ୍ଲାରେ ବୋଲି ପୁଲିସ ଜାଣିବାକୁ ପାଇଛି। ଉପରିସ୍ଥ ଅଧିକାରୀଙ୍କ ସହିତ ଥାନା ଅଧିକାରୀ ସୁଚିତ୍ରବୀର୍ୟ୍ୟ ଦାସ ଆଲୋଚନା ପରେ ମହିଳାଜଣକୁ କେଉଁଠି ଓ କିପରି ରଖାଯିବ ସେ ବିଷୟରେ ସ୍ଥିର କରାଯିବ ବୋଲି କହିଛନ୍ତି।

Comments are closed.