ଖୋଲିଲା ଜୀବନ ଜୀବିକାର ନୂଆ ରାସ୍ତା, ଆଜିଠୁଁ ଗଡ଼ିଲା ଜଳେଶ୍ୱର-ହାୱଡା ମେମୁ ଟ୍ରେନ

ବାଲେଶ୍ବର: କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ଜଳେଶ୍ୱର-ହାୱଡା ମେମୁ ୬୮୦୦୨ ଟ୍ରେନର ଶୁଭାରମ୍ଭ କରିଛନ୍ତି। ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆଜି ସକାଳ ୬ଟା ୧୦ ମିନିଟ ସମୟରେ ପତାକା ଦେଖାଇବା ପରେ ଏହି ଟ୍ରେନ ଯାତ୍ରାରମ୍ଭ କରିଛି। ଚଳିତ ମାସ ୧୮ରେ କଲିକତା ଠାରେ ହୋଇଥିବା ରେଳବୋର୍ଡ ବୈଠକରେ ବାଲେଶ୍ଵର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ଵର ଜିଲ୍ଲା ତଥା ସଂସଦୀୟ କ୍ଷେତ୍ରରେ ରେଳର ବିକାଶ ଓ ଉନ୍ନତିକରଣ ପାଇଁ ଅନେକ ଦାବି ଉପସ୍ଥାପନ କରିଥିଲେ। ତନ୍ମଧ୍ୟରୁ କୋଭିଡ ଯୋଗୁଁ ବନ୍ଦ ରହିଥିବା ଆଞ୍ଚଳିକ ରେଳ ଚଳାଚଳ କରାଇବା ଏକ ପ୍ରମୁଖ ଦାବି ଥିଲା I ଫଳ ସ୍ୱରୂପ ଆଜି ଏହି ଟ୍ରେନ ତାର ସେବା ଯୋଗାଇ ଦେବା ଆରମ୍ଭ କରିଛିI

ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ଦିନରେ କେନ୍ଦ୍ରମନ୍ତ୍ରୀଙ୍କ ଦାବି ମୁତାବକ ଅନ୍ୟାନ୍ୟ ଆଞ୍ଚଳିକ ରେଳଗୁଡିକ ଚାଲିବାର ବ୍ୟବସ୍ତା କରାଯିବା ସହିତ ଷ୍ଟେସନ, ପ୍ଲାଟଫର୍ମ, ସଂଲଗ୍ନ ରାସ୍ତା ଗୁଡିକର ଉନ୍ନତିକରଣ ଉପରେ ବିଶେଷ ଧ୍ୟାନ ଦିଆଯିବI ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ସହିତ ଜଳେଶ୍ବର ଷ୍ଟେସନ ମାଷ୍ଟର ଖଗେନ୍ଦ୍ର ନାଥ ମଣ୍ଡଳ, ବିଜେପି ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ଜିଲ୍ଲା ଉପସଭାପତି ଅରୁଣ କୁମାର ବେଜ, ସାଂସଦଙ୍କ ଜଳେଶ୍ୱର ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଜଳେଶ୍ୱର ନଗର ବିଜେପି ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ, ମଣ୍ଡଳ ସଭାପତି ପ୍ରଣବ ପଣ୍ଡା, ତପନ ବିଶ୍ୱାଳ, ମନୋଜ ସସମାଲ ଓ ପ୍ରତାପ ସେନାପତି, ମହିଳା ନେତ୍ରୀ ସୁମତି ରାଣୀ ଦେ, କମଲ ଲୋଚନ ଦାସ, ସୁଶାନ୍ତ ବେରା, ରବୀନ୍ଦ୍ର ପାତ୍ର, ଆଦିତ୍ୟ ନାରାୟଣ ପାତ୍ର, ଅନନ୍ତ ଦାସ, ସିଦ୍ଧେଶ୍ବର ପଣ୍ଡା, ନୀଳ ମାଧବ ଦେ, ଚିନ୍ତାମଣି ଜେନା, ନନ୍ଦନ କୁମାର ଦତ୍ତ, ଅଞ୍ଜନ ଦାସ, ନଳଗଜା କଲେଜର ପୂର୍ବତନ ଅଧକ୍ଷ ହେମନ୍ତ ଦାସ, ସିଦ୍ଧେଶ୍ବର କଲେଜର ପୂର୍ବତନ ଅଧ୍ୟକ୍ଷ ବିପିନ ବିହାରୀ ବିଶ୍ୱାଳ, ବନମାଳୀ ଧଳ, ଶରତ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେI

Comments are closed.