୬ ଯୋଡା ମେମୁ ରେଳ ବାତିଲ

ଭୁବନେଶ୍ୱର: କରୋନା ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ମେ ୨୩ ପର୍ଯ୍ୟନ୍ତ ୬ ଯୋଡା ମେମୁ ରେଳ ଉଭୟ ଦିଗରୁ ବାତିଲ ନିଷ୍ପତ୍ତି ନିଆଯାଇଛି। ଏହି ରେଳଗୁଡିକ ହେଲା, ଭୁବନେଶ୍ୱର-କେନ୍ଦୁଝରଗଡ-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, କଟକ-ଭଦ୍ରକ-କଟକ, କଟକ-ପାରାଦ୍ୱୀପ-କଟକ, କଟକ-ଭଦ୍ରକ-କଟକ ଏବଂ ବିଶାଖାପଟନମ୍‍-ରାୟପୁର-ବିଶାଖାପଟନମ। ସେହିପରି ୩ ମେମୁ ରେଳ ମେ ୧୪ରୁ ଉଭୟ ଦିଗରୁ ବାତିଲ ରହିବ। ଏହି ରେଳଗୁଡିକ ହେଲା, ପୁରୀ-ଅନୁଗୋଳ-ପୁରୀ, ଭୁବନେଶ୍ୱର-ପଲାସା-ଭୁବନେଶ୍ୱର ଏବଂ ପୁରୀ-କଟକ-ପୁରୀ।

ସେହିପରି ୩ ଯୋଡା ସ୍ୱତନ୍ତ୍ର ରେଳ ଆଂଶିକ ବାତିଲ ରହିବ। ଏହି ରେଳ ଗୁଡିକ ହେଲା, ପୁରୀ-ଅନୁଗୋଳ-ପୁରୀ ମେ ୧୩, ୧୭ ଏବଂ ୨୨ରେ ପୁରୀରୁ ତାଳଚେର ମଧ୍ୟରେ ଚଳାଚଳ କରିବ। ତାଳଚେରରୁ ଅନୁଗୋଳ ମଧ୍ୟରେ ବାତିଲ ରହିବ। ଭୁବନେଶ୍ୱର-ଜୁନାଗଡସଡକ ରେଳ ଭୁବନେଶ୍ୱରରୁ ମେ ୧୩ରୁ ୨୨ ମଧ୍ୟରେ ଭୁବନେଶ୍ୱରରୁ ରାୟଗଡା ମଧ୍ୟରେ ଚଳାଚଳ କରିବ। ରାୟଗଡାରୁ ଜୁନାଗଡସଡକ ମଧ୍ୟରେ ଚଳାଚଳ କରିବ ନାହିଁ। ସମ୍ବଲପୁର-ରାୟଗଡା-ସମ୍ବଲପୁର ସ୍ୱତନ୍ତ୍ର ରେଳ ମେ ୧୩ରୁ ୨୩ ମଧ୍ୟରେ ସମ୍ବଲପୁର ଏବଂ ଟିଟିଲଗଡ ମଧ୍ୟରେ ଚଳାଚଳ କରିବ। ଟିଟିଲାଗଡରୁ ରାୟଗଡା ମଧ୍ୟରେ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.