ଆଇପିଏଲ୍‌ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ୍‌କୁ ବଡ ଝଟକା : ୧୦ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ

ଚେନ୍ନଇ : ଆଇପିଏଲ ପୂର୍ବରୁ ତିନି ଥର ଆଇପିଏଲ ଚମ୍ପିଆନ ଚେନ୍ନଇ ସୁପର କିଙ୍ଗସ୍‌କୁ ଲାଗିଛି ବଡ଼ ଝଟକା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧିନ ଚେନ୍ନଇ ସୁପର କିଙ୍ଗସର ୧୦ ଜଣ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଯାହା ଫଳରେ  ଫ୍ରାଞ୍ଚାଇଜ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ପୂର୍ବରୁ ଦଳର ସଙ୍ଗରୋଧ ଅବଧିକୁ ବଢାଇଦେଇଛନ୍ତି।

ଗତ ୨୧ ତାରିଖରେ ୟୁଏଇରେ ପହଞ୍ଚି ସାରିଥିବା ଚେନ୍ନଇ ସୁପର କିଙ୍ଗସ୍ ଶୁକ୍ରବାର ଠାରୁ ଅଭ୍ୟାସ ଆରମ୍ଭ କରିଥାନ୍ତା। କିନ୍ତୁ ଏହାପୂର୍ବରୁ ଦଳର କିଛି ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଖେଳାଳିଙ୍କ କ୍ବାରେଣ୍ଟାଇନ ଅବଧିକୁ ବୃଦ୍ଧି କରିଦିଆଯାଇଛି। ବର୍ତ୍ତମାନ ଯାଏଁ  ଚେନ୍ନଇ ସୁପର କିଙ୍ଗସର କେଉଁ ସଦସ୍ୟ କରୋନା ସଂକ୍ରମତି ହୋଇଛନ୍ତି ତାହାା ସ୍ପଷ୍ଟ ସୂଚନା ମିଳିନାହିଁ।  ଦୁବାଇ ପହଞ୍ଚିବା ପରେ ଦଳର ସଦସ୍ୟଙ୍କ କୋଭିଡ୍-୧୯ ପରୀକ୍ଷଣ କରାଯାଇଥିଲା ଯାହା କିିଛି ସଦସ୍ୟଙ୍କ ପଜିଟିଭ୍ ଆସିଛି। ଫଳସ୍ଵରୂପ ସିଏସକେକୁ ଏବେ ଆହୁରି ଗୋଟିଏ ସପ୍ତାହ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ।

 

Comments are closed.