ପ୍ରଥମ ଲୋକସଭାର ସାଂସଦ କମଲ ବାହାଦୂରଙ୍କ ପରଲୋକ

ପଟନା: ଦେଶର ପ୍ରଥମ ଲୋକସଭାର ସଦସ୍ୟ ତଥା ବିହାର ଡୁମରାଓଁର ଶେଷ ରାଜା କମଲ ବାହାଦୂର ସିଂହଙ୍କ ପରଲୋକ ଘଟିଛି। ରବିବାର ଭୋର ପାୟ ୫ଟା ୧୦ମିନିଟରେ ତାଙ୍କର ମୃତ୍ୟୁ ଘଟିଥିବା ପୁଅ ଚନ୍ଦ୍ରବିଜୟ ସିଂହଙ୍କଠାରୁ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା।

ବକ୍ସର ଜିଲାର ଭୋଜପୁରସ୍ଥିତ ବାସଭବନରେ କମଲ ବାହାଦୂର ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ସେ ଦେଶର ପ୍ରଥମ ଲୋକସଭାର ଏକମାତ୍ର ଜୀବିତ ସାଂସଦ ଥିଲେ। ଶିକ୍ଷା ଏବଂ ସାମାଜିକ ବିକାଶରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଅବଦାନ ରହିଥିଲା। ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଚାୟା ଖେଳିଯାଇଛି। ପାର୍ଥିକ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି। ସୋମବାର ସକାଳେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

Comments are closed.