ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣ, ଜଣେ ମୃତ ୨ ଆହତ

0

ସିଡ୍‌ନୀ .- ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଆତଙ୍କବାଦୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ଏହାକୁ ମେଲବର୍ଣ୍ଣ ପୁଲିସ ଆତଙ୍କବାଦୀ ଆକ୍ରମଣ ବୋଲି ସ୍ପଷ୍ଟ କରିଛି । ଆକ୍ରମଣକାରୀ ପୁଲିସ ଗୁଳି ନିହତ ହୋଇଛି ।

ଜଣେ ସୋମାଲି ନାଗରିକ ୩ ଜଣଙ୍କୁ ଛୁରି ଭୁଷିବା ପରେ ଏକ ଗ୍ୟାସ ସିଲିଣ୍ଡର ଭର୍ତ୍ତି ହୋଇଥିବା ଗାଡିକୁ ଚଳାଇବା ସହ ସେଥିରେ ବିସ୍ଫୋରଣ କରିବା ପାଇଁ ଚେଷ୍ଟା କରିଥିଲା । ଗ୍ୟାସ ସିଲିଣ୍ଡରମାନଙ୍କରେ ନିଆଁ ଲାଗିଯାଇଥିଲା । ପୁଲିସ ଆକ୍ରମଣକାରୀକୁ ଗୁଳି କରିଥିଲା । ତାକୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାହାର ମୃତ୍ୟୁ ହୋଇଛି ।

ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ଆଇଏସ୍‌ ଏହି ଆକ୍ରମଣ କରିଥିବା କଥା ଦାବି କରିଛି । ପୁଲିସ ଏହି ଆକ୍ରମଣକାରୀର ପରିଚୟ ଦେବା ପାଇଁ ମନା କରି ଦେଇଛି । ଏହାପରେ ମେଲବର୍ଣ୍ଣରେ ବିଭିନ୍ନ ସଭା ଜନଗହଳି ସ୍ଥାନମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave A Reply