୧୩୨ଟି ଦେଶର ଭିସା ହାସଲ କରିଛନ୍ତି ଚୋକ୍ସି

0

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶ୍‍ନାଲ୍‍ ବ୍ୟାଙ୍କ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ବିଶିଷ୍ଟ ହୀରା ବ୍ୟବସାୟୀ ମେହୁଲ୍‍ ଚୋକ୍ସି ଆଣ୍ଟିଗୁଆରେ ଥିବା ଏକପ୍ରକାର ନିଶ୍ଚିତ ହୋଇଛି। ଏଥିସହିତ ଚୋକ୍ସି ସମ୍ପର୍କରେ ଆହୁରି କେତେକ ନୂଆ ନୂଆ ଓ ରୋଚକପୂର୍ଣ୍ଣ ତଥ୍ୟ ଆସିବାରେ ଲାଗିଛି। ଚୋକ୍ସି କେବଳ ଆଣ୍ଟିଗୁଆ ନୁହେଁ ବରଂ ୧୩୨ ଟି ଦେଶର ଭିସା ଅନୁମତି ହାସଲ କରିଥିବା ଜଣାପଡ଼ିଛି। ତେଣୁ ଚୋକ୍ସିଙ୍କୁ ଏତେଶୀଘ୍ର ଭାରତ ଆଣିବା ସମ୍ଭବ ନୁହେଁ ବୋଲି ଆଇନ ବିଶେଷଜ୍ଞମାନେ କହିଛନ୍ତି।
ଗୁରୁବାର ଦିନ ଚୋକ୍ସି ନିଜେ ଏକ ବିବୃତି ଜାରି କରି କହିଛନ୍ତି ଯେ ସେ ଆଣ୍ଟିଗୁଆରେ ଅଛନ୍ତି ଏବଂ ବ୍ୟବସାୟିକ କାରଣରୁ ୧୩୨ଟି ଦେଶର ମୁକ୍ତ ଭିସା ହାସଲ କରିଛନ୍ତି। ଅବଶ୍ୟ ତାଙ୍କର ଆଣ୍ଟିଗୁଆ ନାଗରିକତ୍ୱକୁ ସମ୍ପୂର୍ଣ୍ଣ ବୈଧ ଓ ଆଇନସମ୍ମତ ବୋଲି ସେ ଦର୍ଶାଇଛନ୍ତି। ପିଏନ୍‍ବି ଠକେଇ ପରେ ନୁହେଁ ବରଂ ୨୦୧୭ ନଭେମ୍ବର ମାସରୁ ସେ ଆଣ୍ଟିଗୁଆ ନାଗରିକତ୍ୱ ହାସଲ କରିଛନ୍ତି ଏବଂ ସେହିଠାରେ ହିଁ ରହିବାକୁ ଚାହୁଁଛନ୍ତି ବୋଲି ଚୋକ୍ସି କହିଛନ୍ତି। ଅପରପକ୍ଷରେ ଚୋକ୍ସି ପ୍ରସଙ୍ଗରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗାଷ୍ଟୋନ୍‍ ବ୍ରାଉନି କହିଛନ୍ତି।

Leave A Reply