ମେହେନ୍ଦିର ଏହି ଡିଜାଇନ ହାତକୁ ଦେଇଥାଏ ଆକର୍ଷଣୀୟ ରୂପ

0

ରାକ୍ଷୀ ବନ୍ଧନ ପ୍ରତ୍ୟେକ ଭାଇଭଉଣୀଙ୍କ ବିଶେଷ ପର୍ବ ଅଟେ। ଏହିଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଆୟୁ ବୃଦ୍ଧିର ପ୍ରାର୍ଥନା କରିଥାଏ। ରାକ୍ଷୀ ବନ୍ଧନ ପୂର୍ବ ଦିନରୁ ହିଁ ଘରେ ଏକ ଅଲଗା ପ୍ରକାର ପରିବେଶ ଦେଖାଯାଏ। ଝିଅମାନେ ରାକ୍ଷୀ କିଣିବା, ନିଜକୁ ସଜାଇବା କାର୍ଯ୍ୟରେ ବ୍ୟସ୍ତ ରହିଥାନ୍ତି। ରାକ୍ଷୀ ବନ୍ଧନ ଦିନ ଅନେକ ଝିଅମାନେ ହାତରେ ମେହେନ୍ଦି ଲଗାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି।ବ୍ରେସଲେଟ ଡିଜାଇନ ମେହେନ୍ଦି:
ନିଜ ହାତକୁ ମେହେନ୍ଦିରେ ଏକ ଅଲଗା ରୂପ ଦେବା ପାଇଁ ବ୍ରେସଲେଟ ମେହେନ୍ଦି ଲଗାଇ ପାରିବା। ଏହି ଡିଜାଇନର ମେହେନ୍ଦି ଲଗାଇବା ବହୁତ ସହଜ ଅଟେ। ଏପରି ମେହେନ୍ଦି ଲଗାଇବା ପାଇଁ ନିଜ ପସନ୍ଦର କିଛି ଫଟୋ ଦେଖନ୍ତୁ। ତାପରେ ଫଟୋକୁ ଦେଖି ସେହିପରି ନିଜ ହାତରେ ସୁନ୍ଦର ଭାବେ ମେହେନ୍ଦି ଲଗାନ୍ତୁ। ବ୍ରେସଲେଟ ଡିଜାଇନର ମେହେନ୍ଦି ଲଗାଇବା ଦ୍ୱାରା ଆପଣଙ୍କ ହାତ ସମସ୍ତଙ୍କ ଠାରୁ ଅଲଗା ଦେଖାଯିବ।ଫ୍ଲାୱାର ଡିଜାଇନ ମେହେନ୍ଦି:
ଅନେକ ଝିଅମାନେ ଫ୍ଲାୱାର ଡିଜାଇନର ମେହେନ୍ଦି ଲଗାଇବାକୁ ପସନ୍ଦ କରିଥାନ୍ତି। ଫ୍ଲାୱାର ଡିଜାଇନ ମେହେନ୍ଦି ଲଗାଇବା ଦ୍ୱାରା ହାତ ଅଧିକ ଷ୍ଟାଇଲିସ ଓ ସୁନ୍ଦର ଦେଖାଯାଏ। ସମସ୍ତ ମେହେନ୍ଦି ଡିାଇନ ଠାରୁ ଏଭଳି ଡିଜାଇନ ଅଧିକ ଆର୍କଷଣୀୟ ଦେଖାଯାଏ।ଜୋମେଟ୍ରି ଡିଜାଇନ ମେହେନ୍ଦି:
ଝିଅମାନେ ନିଜ ହାତକୁ ସମ୍ପୂର୍ଣ୍ଣ ଭାବେ ମେହେନ୍ଦିରେ ସଜାଇବାକୁ ଚାହୁଁଥିଲେ ଜୋମେଟ୍ରି ଡିଜାଇନ ମେହେନ୍ଦି କରିପାରିବେ। ଦେଖିବାକୁ ଏହି ଡିଜାଇନ ଅତ୍ୟନ୍ତ ସହଜ ଲାଗିଥାଏ। କିନ୍ତୁ ଏପରି ଡିଜାଇନରେ ମେହେନ୍ଦି ଲଗାଇବାକୁ ଦ୍ୱାରା ଆପଣଙ୍କ ହାତ ବହୁତ ସୁନ୍ଦର ଦେଖାଯାଇଥାଏ।ଏନିମଲ ଡିଜାଇନ ମେହେନ୍ଦି:
ଏନିମଲ ଡିଜାଇନ ମେହେନ୍ଦି ଲଗାଇବାକୁ ଝିଅମାନେ ଅନେକ ମାତ୍ରାରେ ପସନ୍ଦ କରିଥାନ୍ତି। ଏହି ଡିଜାଇନରେ ନିଜ ହାତରେ ଅନେକ ପକ୍ଷୀଙ୍କ ଚିତ୍ର କରି ପାରିବେ। ପ୍ରାୟ ଝିଅଙ୍କୁ ଏହି ଡିଜାଇନରେ ମେହେନ୍ଦି ଲଗାଇବାକୁ ଭଲ ଲାଗିଥାଏ।ରିଙ୍ଗ ଡିଜାଇନ ମେହେନ୍ଦି:
ହାତରେ ଅଳ୍ପ ମେହେନ୍ଦି ଲଗାଇ ସୁନ୍ଦର କରିବାକୁ ଚାହୁଁଥିଲେ ରିଙ୍ଗ ଡିଜାଇନ ମେହେନ୍ଦି ଲଗାଇ ପାରିବେ। ଆଜିର ଯୁବପିଢୀ ଏହି ଡିଜାଇନରେ ମେହେନ୍ଦି ଲଗାଇବାକୁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି। ଏହା ସବୁ ଡିଜାଇନ ଠାରୁ ଅଲଗା ଦେଖାଯାଇଥାଏ।

Leave A Reply