ଶ୍ରାବଣ ମାସରେ ମେହେନ୍ଦି ଲଗାଇବାର ଲାଭ

0

ଶ୍ରାବଣ ମାସକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ମାସ ବୋଲି କୁହାଯାଇଥାଏ। ଶାସ୍ତ୍ରରେ ମହିଳାମାନଙ୍କୁ ପ୍ରକୃତିର ଏକ ରୂପ ବୋଲି କୁହାଯାଇଛି। ଏହି ମାସରେ ମହିଳାମାନେ ମେହେନ୍ଦି ଲଗାଇବାକୁ ପସନ୍ଦ କରିଥାନ୍ତି। ମେହେନ୍ଦି ଲଗାଇବା ଦ୍ୱାରା ଅନେକ ଲାଭ ମିଳିଥାଏ। ମେହେନ୍ଦି ଲଗାଇବା ଦ୍ୱାରା ହାତ ସୁନ୍ଦର ଦେଖାଯିବା ସହ ଶରୀରର ମଧ୍ୟ ଅନେକ ଲାଭ ହୋଇଥାଏ। ଆସନ୍ତୁ ଜାଣିବା ମେହେନ୍ଦି ଲଗାଇବାର ଲାଭ:ସମସ୍ତ ଝିଅ ଓ ମହିଳାଙ୍କୁ ମେହେନ୍ଦି ଲଗାଇ ହାତକୁ ସୁନ୍ଦର କରିବାକୁ ଭଲ ଲାଗେ। ଭାରତରେ ମେହେନ୍ଦି ଲଗାଇବାର ପ୍ରଥା ଅନେକ ପୁରାତନ ଅଟେ। ଯେକୌଣସି ବିବାହ ଓ ଶୁଭ କାର୍ଯ୍ୟରେ ମହିଳାମାନେ ମେହେନ୍ଦି ଲଗାଇଥାନ୍ତି। ମେହେନ୍ଦି ଲଗାଇବାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି।
ଶ୍ରାବଣ ମାସରେ ଅଧିକ ବର୍ଷା ହୋଇଥାଏ। ତେଣୁ ବର୍ଷା ହେବା ଦ୍ୱାରା ଅନେକ ରୋଗ ସଂକ୍ରମଣ ହୋଇଥାଏ। ଆୟୁର୍ବେଦରେ ସବୁଜ ରଙ୍ଗ ଅନେକ ରୋଗର ମହୌଷଧି ରୂପେ କାର୍ଯ୍ୟ କରିଥାଏ। ମେହେନ୍ଦିର ବାସ୍ନା ଓ ଠଣ୍ଡା ପ୍ରଦାନ କରୁଥିବାରୁ ମାନସିକ ଚାପରୁ ମୁକ୍ତି ମିଳିିଥାଏ।ମେହେନ୍ଦିକୁ ଅନେକ ଚୁଟିରେ ଲଗାଇଥାନ୍ତି। ଏହାଦ୍ୱାରା ଚୁଟି ଝଡିବା ବନ୍ଦ ହୋଇ ଯାଇଥାଏ। ମୁଣ୍ଡ ବିନ୍ଧା ମଧ୍ୟ କମ୍‍ ହୋଇଥାଏ। ହାତ ଓ ପାଦରେ ମେହେନ୍ଦି ଲଗାଇବା ଦ୍ୱାରା ଶରୀରକୁ ଥଣ୍ଡା ମିଳିଥାଏ। ଏହାଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହ ଜ୍ୱରରୁ ମଧ୍ୟ ଉପଶମ ମିଳିଥାଏ।
ମେହେନ୍ଦି ଲଗାଇବା ଦ୍ୱାରା ଚର୍ମ ରୋଗରୁ ମୁକ୍ତି ମିଳିଥାଏ। ଏହା ସହ ଚର୍ମକୁ ଠିକ ରଖିବାରେ ସାହାଯ୍ୟ କରିଥାଏ।

Leave A Reply