ଆତଙ୍କବାଦୀ ପରିବାରକୁ ଭେଟିଲେ ମେହବୁବା

0

ପୁଲୱାମା : ଜାମ୍ମୁ-କାଶ୍ମୀରର ପୁଲିସ ଆତଙ୍କବାଦୀ ପରିବାର ସଦସ୍ୟଙ୍କ ମାଡ଼ ମାରିବା ଅଭିଯୋଗକ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫତି ରବିବାର ପୀଡ଼ିତାଙ୍କୁ ଭେଟି ସମବେଦା ଜଣାଇଛନ୍ତି। ଏଥିସହିତ ସେ ଭୟଭ୍କର ରାଜନୈତିକ ଖେଳ ଖେଳିଛନ୍ତି। ପୁଲିସ ଆତଙ୍କବାଦୀ ପରିବାରକୁ ମାଡ଼ଦେବା ଘଟଣାରେ ମେହବୁବା ତୀବ୍ର ସମାଲୋଚନା କରିବା ସହ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି। ଦକ୍ଷିଣ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ବାରା ରକ୍ତପାତକୁ ବରଦାସ୍ତ କରାଯିବ ନାହିଁ ବୋଲି ମେହବୁବା ଚେତାବନୀ ଶୁଣାଇଛନ୍ତି। ସୂଚନାନୁଯାୟୀ, ଜଣେ ସନ୍ଦିଗ୍ଧ ଆତଙ୍କବାଦୀର ଭଉଣୀ ରୁବିନା ଓ ଭିଣୋଇଙ୍କୁ ପୁଲିସ ହାଜତକୁ ନେଇ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

Leave A Reply