ଭାରତୀୟଙ୍କ ପ୍ରତି ମେହବୁବା ମୁଫ୍‌ତିଙ୍କ ବିବାଦୀୟ ବୟାନ ପରେ ତାଙ୍କୁ ଦାଗ ବୋଲି ସମ୍ବୋଧନ କଲେ ଗୌତମ ଗାମ୍ଭୀର

ନୂଆଦିଲ୍ଲୀ ..- ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ନିଜର ପଦ ହରାଇବା ପରେ ଏବେ ଭାରତ ବିରୋଧରେ ମନ୍ତବ୍ୟ ଦେବାରେ ଲାଗିଛନ୍ତି  ।  ନିର୍ବାଚନ ବେଳେ ସେ   ୩୭୦ ଧାରାକୁ ନେଇ ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ୩୭୦ ଧାରାକୁ ନେଇ  ଭାରତୀୟଙ୍କ ପ୍ରତି ମେହବୁବା ମୁଫ୍‌ତିଙ୍କ ବିବାଦୀୟ ବୟାନ ପରେ ତାଙ୍କୁ ପୂର୍ବତନ କ୍ରିକେଟିୟର ଗୌତମ ଗାମ୍ଭୀର ଦାଗ ବୋଲି  ସମ୍ବୋଧନ କରିଥିଲେ । ପୂର୍ବରୁ ଜାମ୍ମୁ କାଶ୍ମୀରରେ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଓମର ଅବଦୁଲାଙ୍କ ସହ  ଗୌତମ ଗାମ୍ଭୀରଙ୍କ ସହ ତର୍କ ହୋଇଥିଲା ।

ଏବେ ମେହବୁବା ମୁଫ୍‌ତି ଓ ଫାରୁକ ଅବଦୁଲାଙ୍କୁ ନିର୍ବାଚନ ଲଢିବାରୁ ବାରଣ କରିବା ପାଇଁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟରେ ଏକମାମଲା ରୁଜୁ ହୋଇଛି । ତେବେ ମେହେବୁବା ଏକ ଟ୍ୱିଟରେ ଅଦାଲତଙ୍କ ସମୟ କାହିଁକି ନଷ୍ଟ କରୁଛ , ୩୭୦ ହଟିଲେ ସେ ନିର୍ବାଚନ ଲଢି ପାରିବେ ନାହିଁ , ଜାମ୍ମୁ କାଶ୍ମୀରରେ ଭାରତର ସମ୍ବିଧାନ ଲାଗୁ ହୋଇପାରିବା ନାହିଁ ସେ କହିଛନ୍ତି । ନ ବୁଝିଲେ ହିନ୍ଦୁସ୍ତାନ ବାଲୋ ତୁମେ ନଷ୍ଟ ହୋଇଯିବ, ଲିଭିଯିବ ବୋଲି ମେହେବୁବା ଟ୍ୱିଟ କରିଛନ୍ତି। ଏହାର ଜବାବରେ ଗାମ୍ଭୀର, ମେହବୁବାଙ୍କୁ  ଭାରତ ତମ ପରି ଏକ ଦାଗ ନୁହେଁ ଯେ ଲିଭି ଯିବ ବୋଲି   ଉଲ୍ଲେଖ କରିଛନ୍ତି । ଏହାପରେ ମେହେବୁବା ଗାମ୍ଭୀରଙ୍କ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିଦେଇଛନ୍ତି ।

Comments are closed.