ବୃହତ କରୋନା ଟିକାକରଣ ଶିବିର

ଚୌଦ୍ୱାର  : ରୋଟାରୀ କ୍ଲବ୍ କଟକ ଅଭିନବ ତରଫରୁ ଆଗ୍ରାହାଟ ପଞ୍ଚାୟତ କୁଜୀବରସ୍ଥିତ ମହାତ୍ମା ସାଧୁସୁନ୍ଦର ସିଦ୍ଧପୀଠରେ ସୋମବାର ଏକ ବୃହତ କରୋନା ଟିକାକରଣ ଶିବିର ଆୟୋଜନ କରାଯାଇଥିଲା । ମହାତ୍ମା ସ୍ମୃତି କମିଟି ପାଠାଗାର ସମ୍ପାଦକ କରୁଣାକର ବେହେରା ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିବିରରେ କୁଜୀବର ଗ୍ରାମର ମୋଟ ୫୦୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ପ୍ରଦାନ କରାଯାଇଥିଲା । କ୍ଲବ୍ ସଭାପତି ସୁଧାଂଶୁ ଶେଖର ଜେନା, ସମ୍ପାଦକ ବିଶ୍ୱନାଥ ପଣ୍ଡା, ଜୀବନ ପଟ୍ଟନାୟକ, ଉମାକାନ୍ତ ମହାନ୍ତି,  ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସିଟି ହସପିଟାଲ ସ୍ୱାସ୍ଥ୍ୟ କର୍ମଚାରୀ ଅଭିଷେକ ଖୁଣ୍ଟିଆ,  ବନିତା ସାମଲ, ସଂଧ୍ୟାରାଣୀ ପ୍ରଧାନ ଏବଂ ଏସ୍.କେ.ଆଜାଦ୍ ଟିକାଦାନ କରିଥିଲେ। ଶିକ୍ଷାବିତ୍ ବାସୁଦେବ ସାହୁଙ୍କ ନେତୃତ୍ୱରେ ରୋଟାରୀ କମ୍ୟୁନିଟି କ୍ରପସର ସଦସ୍ୟ ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comments are closed.