ଗୋଳାଗଣ୍ଡ ପଞ୍ଚାୟତରେ ମେଗା ସ୍ୱାସ୍ଥ୍ୟ ଶିବିର

ବାଙ୍କୀ : ବିଜୁ ଯୁବ ଛାତ୍ର ଜନତା ଦଳ, ବାଙ୍କୀ ସୈାଜନ୍ୟତାରେ ରବିବାର ଦିନ ଗୋଳାଗଣ୍ଡ ଗ୍ରାମପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମନମୋହନ ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ମେଗା ସ୍ୱାସ୍ଥ୍ୟ ମେଳାରେ ଅଂଚଳ ବହୁ ଗରୀବ ଜନସାଧାରଣ ଉପସ୍ଥିତ ରହି ନିଜର ରୋଗ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ସୁବିଧା ପାଇଥିବା ସୂଚନା ମିଳିଛି। ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ମେଳା ଏକ ଆହ୍ୱାନ ଓ ଗରୀବ ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଅଭିନବ ପ୍ରୟାସ ବୋଲି କହିଛନ୍ତି । ଜନକଲ୍ୟାଣ ସାମାଜିକ ମେଗା ସ୍ୱାସ୍ଥ୍ୟ ସେବା ଏବଂ ପରିଚ୍ଛନ୍ନତା ପ୍ରତି ଅଧିକ ଧ୍ୟାନ ଦେବାକୁ ମୁଖ୍ୟଅତିଥି ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି । ବାଙ୍କୀ ବ୍ଲକ ଉପାଧ୍ୟକ୍ଷ ମଦନମୋହନ ନାୟକ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଧନୁର୍ଧର ବଳିୟାରସିଂହ, ବାଙ୍କୀ ବ୍ଲକ ଯୁବ ବିଜେଡି ସଭାପତି ସୁବାଷ ସ୍ୱାଇଁଙ୍କ ସମେତ ବିଜୁ ଛାତ୍ର ଜନତା ଦଳର ସଦସ୍ୟ ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିଲେ। ଏହି ଶିବିରରେ ୩୫୦ ରୁ ଉର୍ଦ୍ଧ ରୋଗୀ ମାନଙ୍କୁ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା।

Comments are closed.