ସେବା ଓ ସେବକ ସପ୍ତାହ, ସ୍ୱାଭିମାନ ଅଂଚଳରେ ମେଗା ସ୍ୱାସ୍ଥ୍ୟ ଶିବିର

ମାଲକାନଗିରି :  ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳରେ ‘ସମାଜ’ର ସେବା ଓ ସେବକ ସପ୍ତାହ ଉପଲକ୍ଷେ ମାଓ ପ୍ରବଣ ଅଂଚଳ ପାପରମେଟଲା ଠାରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାର ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ସେ ସ୍ଥାନୀୟ ଆଦିବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ କିଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରରୁ ଦୂରେଇ ରହିବେ, ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ। ବିଶେଷ କରି ଗୁଣି ଗାରେଡିର ବଶବର୍ତ୍ତୀ ହୋଇ ଆଜି ମଧ୍ୟ ବହୁ ଆଦିବାସୀ ଚିକିିତ୍ସା ନିମନ୍ତେ ଗୁଣି ଗାରେଡି କରି ମୃତ୍ୟୁ ମୁଖରେ ପଡୁଥିବା ଦେଖିବାକୁ ମିଳୁଛି। ତେବେ ପରମ୍ପରାକୁ ସେ ବିରୋଧ କରୁନାହାନ୍ତି କିନ୍ତୁ ଗର୍ଭବତୀ ମହିଳା ମାନେ ଠିକ୍ ସମୟରେ ଯେଭଳି  ଚିକିତ୍ସା ପାଇ ପାରିବେ ସେ ସମ୍ପର୍କରେ ବୁଛିବା ସହ ଗୋପବନ୍ଧୁ କିଭଳି ହଇଜା ଭଳି ମହାମାରିରେ ଆକ୍ରାନ୍ତ ଲୋକଙ୍କୁ ସେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ଥିବା ସେ କହିଥିଲେ। ତାଙ୍କ କର୍ତ୍ତବ୍ୟରେ ଯେଉଁ ସେବା ମନୋବୃତ୍ତି ଚିକିତ୍ସା କ୍ଷେତ୍ରରେ ମଧ୍ୟ ସବୁ ଡାକ୍ତର ମାନେ ଅନୁସରଣ କରିବା ଉଚିତ ବୋଲି କହିଥିଲେ। ଦେଶ ଓ ଜାତିର ଘୋର ଦୁର୍ଦିନ ସମୟରେ ଗୋପବନ୍ଧୁଙ୍କ ଅସୀମ ତ୍ୟାଗ, ନିଃସ୍ୱାର୍ଥପର ସେବା ଓ ଜନହିତକର କାର୍ଯ୍ୟକୁ ମନେ ପକାଇବା ପାଇଁ ତାଙ୍କ ବକ୍ତବ୍ୟରେ କହିଥିଲୋ

ଏହି ଅସରରେ ଦୁର୍ଗମ ପଂଚାୟତର ୨୦୦ରୁ ଅଧିକ ଆଦିବାସୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସମସ୍ତଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲ।। ଏହି ଶିବିରକୁ ପରିବର୍ତ୍ତନ ସ୍ୱେଚ୍ଛାସେବୀ ସଂଗଠନର ଡାକ୍ତର ହରିପ୍ରସାଦ ନାଥ ଶର୍ମା, ଫର୍ମାସିଷ୍ଟ ଧୃବ ସରକାର, ଏଏନ୍‌ଏମ୍‌ ଅଲିଭା ସୁନ୍ଦରୀ ସେଠୀ, ବାସନ୍ତୀ ପରିଡା, ୟୁନିସେଫର ଆରାଧନା ମହାନ୍ତି, ଏବଂ ଚାଇଲ୍ଡଲାଇନର ଚମ୍ପାଦେବୀ ଏବଂ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ଦିବ୍ୟରଂଜନ ପାଳ, ଫର୍ମାସିଷ୍ଟ ସୌମିତ୍ର ବିଶ୍ୱାସ, ଆଟେଣ୍ଡେଂଟ ଦିନବନ୍ଧୁ ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲୋ ସେହିପରି ମାଲକାନଗିରି ସଦର ମହକୁମା କୋଭିଡ ଚିକିତ୍ସାଳୟ ଦାୟିତ୍ୱରେ ଥିବା ପ୍ରକାଶ କୁମାର ସାହୁ ଶିବିରକୁ ପରିଚାଳନା କରିଥିବା ବେଳେ ମାଲକାନଗିରି ଜିଲ୍ଲା ପ୍ରତିନିଧି ଗୋପିକୃଷ୍ଣ ପଟ୍ଟନାୟକ ଓ ଚିତ୍ରକୋଣ୍ଡା ବ୍ଲକ ପ୍ରତିନିଧି ଦେବେନ୍ଦ୍ର କୁମାର ସାହୁ ଶିବିର ପରିଚାଳନାରେ ସହଯୋଗ କରିଥିଲୋ ଏହି ଅବସରରେ ଧୁଳିପୁଟ ଓ ପାପରମେଟଲା ପଂଚାୟତର ୨୦ରୁ ଅଧିକ ଗ୍ରାମର ଆଦିବାସୀ ଯୋଗ ଦେଇଥିଲେ।

Comments are closed.