ଆଜିଠାରୁ ବୃହତ ଇନ୍ଧନ ସଂରକ୍ଷଣ ଅଭିଯାନ ‘ସକ୍ଷମ’

ନୂଆଦିଲ୍ଲୀ : ପେଟ୍ରୋଲିୟମ୍‍ ସଂରକ୍ଷଣ ଓ ଗବେଷଣା ଆସୋସିଏସନ (ପିସିଆର୍‍ଏ) ପକ୍ଷରୁ ଆଜି ଏକ ଜନକୈନ୍ଦ୍ରିକ ବୃହତ ଇନ୍ଧନ ସଂରକ୍ଷଣ ଅଭିଯାନ ‘ସକ୍ଷମ’ର ଶୁଭାରମ୍ଭ କରାଯିବ । ଏକ ମାସ ବ୍ୟାପୀ ଚାଲିବାକୁ ଥିବା ଏହି ବୃହତ ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ନୂଆଦିଲ୍ଲୀରେ ଉଦ୍‍ଘାଟନ କରିବେ। ଏହି ଅଭିଯାନ କାଳରେ ପିସିଆର୍‍ଏ, ତୈଳ ଓ ଗ୍ୟାସ୍‍ କମ୍ପାନୀମାନଙ୍କ ସହ ମିଶି ସକ୍ଷମ ସାଇକେଲ ଦିବସ, ସାଇକେଲ ଶୋଭାଯାତ୍ରା, ମହିଳାମାନଙ୍କ ଦ୍ୱାରା ସରଳ ଗ୍ୟାସ ବ୍ୟବହାର ପଦ୍ଧତି ଆପଣେଇବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ। ସମଗ୍ର ଭାରତରେ ଇନ୍ଧନ  ସଂରକ୍ଷଣ ଓ ସବୁଜ ପରିବେଶ ସୃଷ୍ଟିର ବାର୍ତ୍ତାକୁ ପ୍ରଚାର କରିବା ଏହି ଅଭିଯାନର ଉଦ୍ଦେଶ୍ୟ।

Comments are closed.