ବିଶ୍ୱ ନିଶା ନିବାରଣ ଦିବସ ଉପଲକ୍ଷେ ବ୍ଲକ ସ୍ତରୀୟ ଆଲୋଚନା ଚକ୍ର

ନେମାଳ: ସାରା ପୃଥିବୀ ଆଜି ଗୁଟୁକା, ଖଇନି, ଗଞ୍ଜେଇ, ମଦ, ଇଂଜେକ୍‍ସନ, ଡ୍ରଗ୍ସ, ଅତ୍ୟାଧୁନିକ ଟାବ୍‍ଲେଟ୍‍ ଆଦି ନିଶା ରାକ୍ଷସ କବଳରେ କବଳିତ। ସାମୟିକ ଉତ୍ତେଜନା ବଶତଃ କୁସଂଗ, କୁପରିବେଶ ତଥା ଆଧୁନିକ ଜୀବନ ଶୈଳୀର ପ୍ରଭାବ ମଣିଷକୁ ନିଶାସକ୍ତ କରାଇ ବର୍ଷକୁ ଶତକଡା ୫ ଭାଗ ବ୍ୟକ୍ତି ବିଶେଷ ଜୀବନ ହରାଉଛନ୍ତି। ଏସବୁରୁ ମୁକ୍ତି ପାଇଁ ଆବାଳ ବୃଦ୍ଧ ବନିତା ନିଶା ନିବାରଣ ନିମିତ୍ତ ଏହାର ଭୟାବହତାକୁ ବ୍ୟାପକ ଜନ ସଚେତନତା ମାଧ୍ୟମରେ ଆନ୍ଦୋଳନ କରିବାକୁ ନଗସପୁରସ୍ଥ ଜୟନ୍ତୀ ବିଦ୍ୟାପୀଠ ପରିସରରେ ପ୍ରକୃତିମିତ୍ର ପୁରସ୍କାର ପ୍ରାପ୍ତ ଜନମଙ୍ଗଳ ଅନୁଷ୍ଠାନ ଆନୁକୂଲ୍ୟରେ ବିଶ୍ୱ ନିଶା ନିବାରଣ ଦିବସ ଉପଲକ୍ଷେ ବ୍ଲକ ସ୍ତରୀୟ ଆଲୋଚନା ଚକ୍ରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି।

ଜନମଙ୍ଗଳ ସଭାପତି ପ୍ରମୋଦ କୁମାର ଦାଶଙ୍କ ସଂଯୋଜନାକ୍ରମେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧୀର ଚନ୍ଦ୍ର ଷଢଙ୍ଗୀ ଅଧ୍ୟକ୍ଷତା କରିଥିଲେ। ଆଲୋଚନା ଚକ୍ରର ଉଦ୍‍ଘାଟକ ଭାବେ ସର୍ବଶକ୍ତି ଓ କୃଷକ ସମ୍ବାଦର ସଂପାଦକ ଭାସ୍କର ବେହେରା, ମୁଖ୍ୟ ଅତିଥି ଭାବେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସକ ଡ. ବ୍ରଜେନ୍ଦ୍ର କୁମାର ଦାଶ, ମୁଖ୍ୟବକ୍ତା ଭାବେ ଡ. ସନ୍ତୋଷିନୀ ବେହେରା, ସମ୍ମାନୀତ ଅତିଥି ଭାବେ ତିର୍ତ୍ତୋଲ ଅତିରିକ୍ତ ମଣ୍ଡଳ ଶିକ୍ଷାଅଧିକାରୀ ଅନନ୍ତ କିଶୋର ଭୂୟାଁ, ନିଶ୍ଚିନ୍ତକୋଇଲି ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ନିକୁଞ୍ଜ ବିହାରୀ ମହାନ୍ତି, ସିଆରସିସି ରବେୟା ସରୱାର ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀମାନେ ନିଶା ନିବାରଣକୁ ଜୀବନର ଚଲା ପଥରେ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.