ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ବେଗୁନିଆ: ଆଗାମୀ ପଂଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ନିଜ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କିପରି ନିରଙ୍କୁସ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେଥିପାଇଁ ସେ ଆଜିଠାରୁ ବିଭିନ୍ନ ପଞ୍ଚାୟତରେ କର୍ମୀମାନଙ୍କୁ ଏକଜୁଟ କରି ସେମାନଙ୍କୁ ଗୁରୁମନ୍ତ୍ର ଦେବା ଆରମ୍ଭ କରିଛନ୍ତି। ସେ କଣ୍ଟାବାଡ଼, ସିମର ଏବଂ ବଡବେରେନା ପଂଚାୟତରେ କର୍ମୀମାନଙ୍କୁ ଏକାଠି କରି ସଙ୍ଗଠନକୁ କିପରି ସୁଦୃଢ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ସେ ସଂକ୍ରାନ୍ତରେ ଉପଦେଶ ଦେଇଥିଲେ। ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କାର୍ୟ୍ୟକାରୀ କରୁଥିବା କାର୍ୟ୍ୟ ସମ୍ପର୍କରେ ବୁଝାଇଥିବାବେଳେ ସେ ସଂକ୍ରାନ୍ତରେ ଲୋକମାନଙ୍କ ନିକଟରେ ପଞ୍ଚାୟତସ୍ତରୀୟ ନେତାମାନେ ପହଞ୍ଚି ସେମାନଙ୍କୁ ଅବଗତ କରାଇବା ପାଇଁ କହିଥିଲେ। ଏହିସବୁ ବୈଠକରେ ବିଧାୟକଙ୍କ ସମେତ ଶିକ୍ଷାବିତ ଭଗବାନ ପଣ୍ଡା, ଦୀପ୍ତିରଞ୍ଜନ ସାହୁ ଏବଂ ପଂଚାୟତସ୍ତରୀୟ ନେତାମାନେ ଉପସ୍ଥିତ ଥିଲେ।

Comments
Loading...