ଖଟଖଟିଆ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ

କଣ୍ଟାମାଳ  : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ କୁଞ୍ଜ ଗୁଡ଼ି ଘର ଠାରେ ଦୁର୍ଗା ପୁଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି  । ଶୈଳେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଗତ ବର୍ଷର ଆୟବ୍ୟୟ ଉପରେ ଆଲୋଚନା ହେବା ସହିତ ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଦୁର୍ଗାପୂଜା କିଭଳି ଆୟୋଜନ କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ପାରମ୍ପରିକ ଲୋକକଳା ନଚନିଆଁକୁ ନେଇ ପ୍ରତିଯୋଗୀତା ଆୟୋଜନ ସକାଶେ ନିଷ୍ପତି ଗ୍ରହଣ କରା ଯାଇଥିଲା । ଶ୍ରେଷ୍ଠ ନଚନିଆଁ, ଶ୍ରେଷ୍ଠ ବଜନିଆ ଓ ଶ୍ରେଷ୍ଠ ମହୁରୀଆଙ୍କୁ ସମ୍ମାନୀତ କରା ଯିବ ବୋଲି ସାଂସ୍କୃତିକ ମୁଖ୍ୟ ରଞ୍ଜନ କୁମାର ପାତ୍ର ସୂଚନା ଦେଇଛନ୍ତି । ସେହିପରି ସମସ୍ତ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯିବ । ପ୍ରସ୍ତୁତି ବୈଠକରେ ସୁଜିତ, ଶୁଭ୍ରାଂଶୁ, ସାହାଜାହାନ, ଶାନ୍ତନୁ, ରିଲୁ, ବିକାଶ, ପୀତାମ୍ବର, ଅଶୋକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.