ଓଡ଼ିଶା ବନ ଉନ୍ନୟନ ନିଗମ କର୍ମଚାରୀ ସଂଘର ବୈଠକ  

0

ବ୍ରହ୍ମପୁର: ଓଡ଼ିଶା ବନ ଉନ୍ନୟନ ନିଗମ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରୀୟ କମିଟି କାର୍ୟ୍ୟକାରୀ ସଭାପତି ସନ୍ତୋଷ କୁମାର ଦାସ, ସାଧାରଣ ସମ୍ପାଦକ ଜଗନ୍ନାଥ ମିଶ୍ର, ଉପସଭାପତି ଖଗେଶ୍ୱର ପ୍ରଧାନ, ଯୁଗ୍ମ ସମ୍ପାଦକ ଗଦାଧର ମିଶ୍ର , ଆଂଚଳିକ ସମ୍ପାଦକ ନିକୁଞ୍ଜବିହାରୀ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ବୈଠକରେ ଶାଖାର ଉପସଭାପତି କିଶୋର ଚନ୍ଦ୍ର ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶାଖା ସମ୍ପାଦକ ଚିରଞ୍ଜିବି ତ୍ରିପାଠୀ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଶାଖାର ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରିଥିଲେ । ନିଗମର ଆର୍ଥିକ ସ୍ଥିତି ଠିକ୍ ଥିବା ସତ୍ୱେ ନିଗମ କତୃପକ୍ଷ ରାଜ୍ୟ ସରକାର ସଂଘର ନ୍ୟାର୍ୟ୍ୟ ଦାବି ପୂରଣ ଦିଗରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯିବା ସହ ଏନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ନିଗମର ପରିଚାଳନା ନିର୍ଦ୍ଦେଶକ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ପ୍ରତିଶ୍ରୁତି ଦେଇଥିଲେ ବି ଏଯାବତ୍ ଦାବି ପୂରଣ ନହୋଇଥିବାରୁ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସପ୍ତମ ବେତନ କମିଶନ ଲାଗୁ, ଆରଏ.ସି.ପି ପ୍ରଦାନ, ନୂତନ ନିଯୁକ୍ତି ବ୍ୟବସ୍ଥା, ବର୍ଦ୍ଧିତ ହାରରେ ପେନସନ୍ ପ୍ରଦାନ ଆଦି ଦାବି ନେଇ ଆଲୋଚନା ହେବା ସହ ଏନେଇ ନିଗମ କତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply