ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

ନବରଙ୍ଗପୁର : ଆଜି ଦିନ ୧୧ଟା ସମୟରେ ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ମାନଙ୍କ ସହିତ ଏକ ସମୀକ୍ଷା ବୈଠକ ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ  ଦେଇଥିଲେ । ଏହି ବୈଠକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନାର ଅଗ୍ରଗତି, କର୍ମ ରୋଜଗାର ଜଗାଇବାରେ ନବରଙ୍ଗପୁର ଜିଲ୍ଲା, ଗଞ୍ଜାମ ଜିଲ୍ଲା ପରେ ଦ୍ଵିତୀୟ ସ୍ଥାନ ଥିବା ଗୃହରେ ଆଲୋଚନା ହୋଇଥିଲା । କରୋନା-19 ର ସ୍ଥିତି, ନମୁନା ପରୀକ୍ଷଣ ଏବଂ  ଚିହ୍ନଟ ହୋଇଥିବା ପୋଜିଟିଭ ରୋଗୀଙ୍କ ଗୃହ ସଙ୍ଗରୋଧରେ ଥିବା ସଂଖ୍ୟା ଇତ୍ୟାଦି,  ଉପରେ ସମୀକ୍ଷା କରାଯାଇଥିଲା । ଆଲୋଚନା ବେଳେ ମୋ ଉପକାର ବଗିଚା ଯୋଜନା ର ସଫଳ ରୂପାୟନ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ଗ୍ରହଣ କରିବା ପାଇଁ, ପୁନଶ୍ଚ ଚାଷୀଙ୍କୁ ସୁଲଭ ମୂଲ୍ୟରେ ଠିକ ସମୟରେ ସାର ଓ କୀଟ ନାଶକ ଔଷଧ ଇତ୍ୟାଦି ଯୋଗାଇବା ପାଇଁ କୃଷି ବିଭାଗ କୁ ପରାମର୍ଶ  ଦେଇଥିଲେ । ମାଛ ଚାଷ ର ସଫଳ ରୂପାୟନ ଏବଂ ଏହି ଚାଷ ରୁ ଚାଷୀ କେମିତି ଉପକୃତ ଓ  ଲାଭବାନ ହୋଇପାରିବେ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା

Comments are closed.