ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦ୍ଦେଶିକା ଭାବେ ନିଯୁକ୍ତି ପାଇଲେ ମୀରା ମହାନ୍ତି 

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଆଇଏଏସ୍‌ ଅଫିସର ମୀରା ମହାନ୍ତି । ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ମୀରା ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଥିବା ଜଣାପଡ଼ିଛି । ବର୍ତ୍ତମାନ କ୍ୟାବିନେଟ ସଚିବାଳୟରେ ସେ ନିର୍ଦେଶିକା ଭାବେ ଅବସ୍ଥାପିତ ଅଛନ୍ତି । ୨୦୧୪ରୁ ୨୦୨୧ ମେ’ ପର୍ଯ୍ୟନ୍ତ ସେ କେନ୍ଦ୍ରୀୟ ଡେପୁଟେସନରେ ରହିଛନ୍ତି । ୨୦୦୫ର ହିମାଚଳପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ ମୀରା ମହାନ୍ତିଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି।
ସେହିପରି ଅନ୍ୟ ଜଣେ ଓଡ଼ିଆ ଆଇଏଏସ ଅଧିକାରୀ ସ୍ମିତା ଷଡ଼ଙ୍ଗୀଙ୍କୁ କ୍ୟାବିନେଟ ସଚିବାଳୟରେ ଉପ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସ୍ମିତା ଷଡ଼ଙ୍ଗୀଙ୍କ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ କ୍ୟାବିନେଟ କମିଟି ଆଜି ଅନୁମୋଦନ ପ୍ରଦାନ କରିଛି । ସେ ୨୦୨୨ ଜୁଲାଇ ୨୯ପର୍ଯ୍ୟନ୍ତ କେନ୍ଦ୍ରୀୟ ଡେପୁଟେସନର ରହିବେ । ୨୦୦୮ର ନାଗାଲାଣ୍ଡ କ୍ୟାଡର ଆଇଏଏସ ଅଧିକାରୀ ସ୍ମିତା ଷଡ଼ଙ୍ଗୀ ବର୍ତ୍ତମାନ ଡିଓପିଟିରେ ଉପ ସଚିବ ପଦରେ ଅବସ୍ଥାପିତ ଅଛନ୍ତି ।

Comments are closed.