ମାନିଲେନି କଟକଣା, ମେଡିସିନ ଷ୍ଟୋର ସିଲ୍

ରେଙ୍ଗାଲିକ୍ୟାମ୍ପ: କରୋନା କଟକଣାକୁ କଡା କଡ଼ି କରାଯାଇଥିବାବେଳେ କିଛି ଲୋକ ଏହାକୁ ମାନିବାକୁ ନାରାଜ ହେଉଛନ୍ତି। ସରକାରଙ୍କ ନିୟମକୁ ଉଲ୍ଲଂଘନ କରୁଛନ୍ତି ଶିକ୍ଷିତ ଯୁବ ସମାଜ। ଏହା ସହ ଭୁଲି ଯାଉଛନ୍ତି ଅନ୍ୟକୁ ସଚେତନ କରିବା ଆଗରୁ ନିଜେ ସଚେତନ ହେବା। ଯାହା ଦେଖିବାକୁ ମିଳିଛି ଅତାବିରାରେ। ପୋଲିସ ଆଜି ପେଟ୍ରୋଲିଙ୍ଗ କରୁଥିବା ସମୟରେ ଅତାବିରା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଥିବା ଉଷା ମେଡିକାଲର ମାଲିକ ମlସ୍କ ପିନ୍ଧି ନ ଥିବା ଯୋଗୁ ପୋଲିସ ପକ୍ଷରୁ ଫାଇନ ଦେବାପାଇଁ କହିଥଲା। ହେଲେ ଦୋକାନୀ ଜଣକ ପୋଲିସ ସହ ଯୁକ୍ତି ତର୍କ କରି ମାସ୍କ ପିନ୍ଧିବା ପାଇଁ ମନା କରିଦେଇଥିଲେ କାରଣ ସେ ଦୋକାନ ଭିତରେ ଥିଲେ। ଏଥିଯୋଗୁଁ ପୋଲିସ ସ୍ଥାନୀୟ ମାଜିଷ୍ଟ୍ରେଟ ତହସିଲଦାର ଶ୍ରୀ ଦୁର୍ଯ୍ୟୋଧନ ଭୋଇଙ୍କୁ ଡ଼କାଇଥିଲେ ।

ଏହି ଖବର ପାଇ ବରଗଡ଼ ଉପଜିଲ୍ଲାପାଳ ଶୁଭ୍ରାଂଶୁ ସାମଲ ମଧ୍ୟ ଘଟଣାସ୍ଥଳକୁ ଆସିଥିଲେ। ଘଟଣାର ପ୍ରକୃତ ଖବର ଯାଞ୍ଚ କରିବା ପରେ ଦୋକାନୀ ଜଣକ ସମସ୍ତଙ୍କ ଉପସ୍ଥିତିରେ ପୁଣି ଯୁକ୍ତି ତର୍କ କରିଥିଲେ। ଫଳରେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦୋକାନକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ୍ କରିଦିଆଯାଇଥିଲା। ସିଲ୍ ସମୟରେ ଅତାବିରା ଥାନା ଏସଆଇ ଯାଦବ ବାଗ, ପି ହେମ୍ରମ ଓ ଏଏସଆଇ ତ୍ରିଲୋଚନ ଦାଶ ସଦଳବଳେ ଉପସ୍ଥିତ ଥିଲେ। କରୋନା ର ଦ୍ଵିତୀୟ ଲହର ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସରକାର ସାମାଜିକ ଦୂରତା ସହ ମlସ୍କ ପିନ୍ଧିବା ଜରୁରୀ ଅଟେ ବୋଲି ବାରମ୍ବାର ଲୋକଙ୍କୁ ପରାମର୍ଶ ଦେଉଛନ୍ତି। ତେଣୁ ଏହି ନିୟମକୁ ଉଲ୍ଲଂଘନ କରିଥିବା ଅମାନିଆ ବ୍ୟକ୍ତି ବିଶେଷଙ୍କୁ ଦଣ୍ଡ ସହ ତଣ୍ଡ ଦେବାକୁ ପଡ଼ିଛି।

Comments are closed.