ଔଷଧୀୟ ଦ୍ରବ୍ୟର ବଜାରିକରଣ ପାଇଁ ଦୁଇ ଦିନିଆ ତାଲିମ ଶିବିର

0

ଭୁବନେଶ୍ୱର . – ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖ୍ୟାତି ସମ୍ପନ୍ନ ଆୟୁର୍ବେଦ କମ୍ପାନୀ ଡାବର ଓ ସାମାଜିକ ସଂଗଠନ ବୈତରଣୀ ଇନିସିଏଟିଭି ଟ୍ରଷ୍ଟର ସହଯୋଗରେ ଏକ ଦୁଇ ଦିନିଆ ତାଲିମ କାର୍ୟ୍ୟକ୍ରମ ଓୟୁଏଟି କୃଷକ ହଷ୍ଟେଲରେ ଅନୁଷ୍ଠିତ ହୋଇଯାଇଅଛି ଓ ୧୪ ଏବଂ ୧୫ ତାରିଖରେ ହୋଇଥିବା ଏହି ତାଲିମ କାର୍ୟ୍ୟକ୍ରମ ମୁଖ୍ୟତଃ ଔଷଧୀୟ ଦ୍ରବ୍ୟକୁ ନେଇ କିପରି ବ୍ୟକ୍ତିଗତ ଓ ସାମୁହିକ ଭାବରେ ଅର୍ଥ ଉପାର୍ଜନ କରାଯାଇ ପାରିବ ସେ ବିଷୟଉପରେ ଆଲୋଚନା କରାଯାଇଥିଲା ଓ ୬ଟି ଜିଲ୍ଲା ରୁ ଆସିଥିବା ଚାଷୀ, ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକ ଏବଂ କିଛି ସ୍ବେଛାସେବୀ ଯୁବକମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ କରାଯାଇଥିଲା ଓ ପ୍ରଥମ ପର୍ୟ୍ୟାୟ କାର୍ୟ୍ୟକ୍ରମକୁ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଯୁଗ୍ମ ପ୍ରକଳ୍ପ ନିର୍ଦେଶକ ଶ୍ରୀ. ପ୍ରଦୀପରାଜ କାରାତ ଓ ବୈଷୟିକ ଅଧିକାରୀ ଡ଼. ମମତା ମିଶ୍ର ଉପସ୍ଥିତ ରହି ଉଦଘାଟନ କରିଥିଲେ ଓ ଦ୍ୱିତୀୟ ପର୍ୟ୍ୟାୟ କାର୍ୟ୍ୟକ୍ରମରେ ଡାବର ସଂସ୍ଥାର ଉଚ୍ଚପଦସ୍ଥ ଅଧିକାରୀ ଡ଼. ଶାସ୍ତ୍ରୀ, ଡ଼. ବୃନ୍ଦାବନମ ଓ ଡ଼. ବଦ୍ରି ଉପସ୍ଥିତ ରହି ଉପରୋକ୍ତ କାର୍ୟ୍ୟକ୍ରମ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଓ ବୈତରଣୀ ସଂସ୍ଥାର ଟ୍ରଷ୍ଟି ଶ୍ରୀ. ପ୍ରିୟବ୍ରତ ଶତପଥୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଦୁଇଦିନ କାର୍ୟ୍ୟକ୍ରମରେ ଡାବର ସଂସ୍ଥାର ଶ୍ରୀ.ମହେଶ ଯୋଶୀ, ଶ୍ରୀ. ନଳିନୀ ପଣ୍ଡା ଓ ବୈତରଣୀର ଶ୍ରୀ. ଦୀପକ ମିଶ୍ର ତାଲିମ ଦାତା ଭାବରେ ଯୋଗଦାନ କରିଥିଲେ ଓ ଏହି କାର୍ୟ୍ୟକ୍ରମକୁ ବୈତରଣୀ ସଂସ୍ଥାର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ଓ
ଆଦିବାସୀ ବହୁଳ ଅଞ୍ଚଳମାନଙ୍କରେ ଲୋକମାନଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତା ବହୁତ ଅଧିକ ଓ ସେମାନଙ୍କର ଜୀବନ ଜୀବିକା ଓ ନିକଟବର୍ତୀ ଜଙ୍ଗଲ ଓତଃପ୍ରତ ଭାବରେ ଜଡିତ ଓ ଗୋଟିଏ ପକ୍ଷରେ ସହରାଞ୍ଚଳ ମାନଙ୍କରେ ଜୈବିକ ଓ ପ୍ରାକୃତିକ ଦ୍ରବ୍ୟ ମାନଙ୍କ ପ୍ରତି ଆବଶ୍ୟକତା ଦିନକୁ ଦିନ ବଢିଚାଲିଥିଲାବେଳେ ଜଙ୍ଗଲରେ ଏହାର ଉପସ୍ଥିତି ଦିନକୁ ଦିନ କମିବାରେ ଲାଗିଛି ଓ ଏପରି ଏକ ସମୟରେ ସାମାଜିକ ସଂଗଠନବୈତରଣୀ ଇନିସିଏଟିଭି ଟ୍ରଷ୍ଟଓଆୟୁର୍ବେଦ କମ୍ପାନୀ ଡାବରଇଣ୍ଡିଆ ସହଯୋଗରେ ଏକ ଅଭିନବ ପ୍ରକଳ୍ପ ନିଆଯାଇଛିଓ
ଗ୍ରାମ୍ୟସ୍ତରୀୟ ସଂଗଠନ ଯେପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀବାବନ ସଂରକ୍ଷଣ ସମିତି ସହାୟତାରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ବଂଶ ବୃଦ୍ଧିରେ ସହାୟତା ଏବଂ ଏହାର ପ୍ରାଥମିକ ପ୍ରକ୍ରିୟାକାରଣକୁ ନିର୍ଦିଷ୍ଟ କରିବା ଓ ଏହା ସହିତ ଏକ ନିର୍ଦିଷ୍ଟ ବଜାରିକରଣ ସୁଯୋଗ ସୃଷ୍ଟି କରି ଜଙ୍ଗଲ ଉପରେ ନିର୍ଭରଶୀଳ ଲୋକମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ଓ
ଓଡ଼ିଶାର ୬ଗୋଟି ଜିଲ୍ଲା କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଦେବଗଡ ଓ ସୁନ୍ଦରଗଡର ପ୍ରାୟ ୩୦୦ ଗ୍ରାମରେ ଏହି କାର୍ୟ୍ୟକ୍ରମ ଚାଲୁଅଛି ଓ ବିଗତ ୧୮ ମାସ ମଧ୍ୟରେ ପାଖାପାଖି ୯୫ ମ୍ୟାଟ୍ରିକ ଟନର ଔଷଧୀୟ ଦ୍ରବ୍ୟ ଯଥା ହରିଡ଼ା, ବାହାଡା, ଅଁଳା ଓ ଧାତୁକି ଫୁଲ ଇତ୍ୟାଦିର ସଠିକ ଅମଳ କରାଯାଇ ପାଖାପାଖି ୪୨ ଲକ୍ଷ ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପ୍ରାଥମିକ ସଂଗ୍ରହକାରିଙ୍କ ନିକଟରେ ପହଞ୍ଚାଯାଇ ପାରିଛି ଓ
ବୈଜ୍ଞାନିକ ପଦ୍ଧତିରେ ଅନୁଶୀଳନ ଦ୍ୱାରା ଏହି କାର୍ୟ୍ୟକ୍ରମକୁ ଚିରସ୍ଥାୟୀ ଓ ସୁଦୂର ପ୍ରସାରି କରିବା ପାଇଁ ଅନେକ ଗୁଡିଏ କାର୍ୟ୍ୟ ହାତକୁ ନିଆଯାଇଛି ଓ ସେଗୁଡିକ ମଧ୍ୟରୁ କେତେକ କାର୍ୟ୍ୟ ହେଲା ୧- ଗ୍ରାମ୍ୟସ୍ତରରୁ ରାଜ୍ୟ ସ୍ତର ପର୍ୟ୍ୟନ୍ତ ବିଭିନ୍ନ ସ୍ତରରେ ତାଲିମ ଓ ସଚେତନତା କାର୍ୟ୍ୟକ୍ରମ, ୨- ବନମୋହସ୍ଥବ ମାଧ୍ୟମରେ ଔଷଧୀୟ ବୃକ୍ଷରାଜି ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି, ୩- ସ୍ଥିରୀକୃତ ଗ୍ରାମ୍ୟ ଗୁଡିକରେ ସାମାଜିକ ଓ ଅର୍ଥନୈତିକ ସ୍ଥିତିର ଆକଳନ ତଥା ୪- ଜଙ୍ଗଲରେ ଥିବା ନିର୍ଦିଷ୍ଟ ଔଷଧୀୟ ବୃକ୍ଷରାଜିର ବର୍ତ୍ତମାନ ସ୍ଥିତି ଆକଳନ କରାଯାଇ ଏକ ସଠିକ ଯୋଜନା ପ୍ରଣୟନ କରାଯାଉଛି ଓ

Leave A Reply