ଡିସେମ୍ବର ପହିଲାରୁ ଖୋଲିବ ମେଡ଼ିକାଲ୍‌ କଲେଜ

ଭୁବନେଶ୍ବର: ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡ଼ିକାଲ୍‌ କଲେଜ ଖୋଲିବ। ମେଡ଼ିକାଲ୍‌ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମେଡ଼ିକାଲ୍‌ କଲେଜ ଖୋଲାଯିବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ମେଡ଼ିକାଲ୍‌ କଲେଜ ଖୋଲିବା ପାଇଁ ମେଡ଼ିକାଲ୍‌ କଲେଜ କର୍ତ୍ତୃପକ୍ଷଙ୍କୁ ସ୍ବାସ୍ଥ୍ୟ ବିଭାଗ ଏସିଏସ୍‌ ନିର୍ଦେଶ ଦେଇଛନ୍ତି। କରୋନା ଗାଇଡ୍‌ଲାଇନ୍‌ ମାନିବା ସହ ଏସ୍‌ଓପି ପାଳନ ପାଇଁ ନିର୍ଦେଶ ଜାରି କରାଯାଇଛି। ଏ ସଂକ୍ରାନ୍ତରେ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Comments are closed.