ସୁଶାନ୍ତ ମୃତ୍ୟୁର ତଦନ୍ତ ସମ୍ପର୍କିତ ଖବରରେ ଗଣମାଧ୍ୟମ ସଂଯମ ଆଚରଣ କରୁ : ମୁମ୍ବଇ ହାଇକୋର୍ଟ

ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସମ୍ପର୍କିତ ଖବରର ପ୍ରସାରଣ କିମ୍ବା ପ୍ରକାଶନ ସମୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସଂଯମ ଆଚରଣ କରିବା କୋର୍ଟ  ଆଶା କରୁଛନ୍ତି ବୋଲି ମୁମ୍ବଇ ହାଇକୋର୍ଟ କହିଛନ୍ତି। ବିଚାରପତି ଏ.ଏ.ସୟେଦ ଏବଂ ବିଚାରପତି ଏସ୍‍.ପି. ପାଭାଡେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଗଣମାଧ୍ୟମ ଏଭଳି ଢ଼ଙ୍ଗରେ
ଖବର ପ୍ରକାଶ କରିବା ଦରକାର, ଯାହାଦ୍ୱାରା ତଦନ୍ତରେ ବାଧା ଉପୁଜିବ ନାହିଁ। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ମିଡିଆ ଟ୍ରାଏଲ ଚାଲିଥିବା ଅଭିଯୋଗ କରି ଏହାକୁ ବନ୍ଦ କରିବା ସକାଶେ ହୋଇଥିବା ଦୁଇଟି ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

Comments are closed.