ଶିଶୁଙ୍କୁ କରୋନାରୁ ରୋକିବ ମିଳିମିଳା ଟିକା

ନୂଆଦିଲ୍ଲୀ : ମିଳିମିଳା ଟିକା ଶିଶୁଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରୋକିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏ ସମ୍ପର୍କରେ ହୋଇଥିବା ଏକ ଅନୁଧ୍ୟାନର ତଥ୍ୟ ଅନୁଯାୟୀ ମିଳିମିଳା ଟିକା କରୋନା ଭୂତାଣୁ ବା ସାର୍ସ-ସିଓଭି-୨ ବିରୋଧରେ ୮୭.୫% ପ୍ରଭାବୀ। ଭାରତୀୟ ଶିଶୁଙ୍କୁ ନିୟମିତ ଭାବେ ମିଳିମିଳା ଟିକା ଦିଆଯାଉଥିବାରୁ ଏହା କରୋନା ବିରୋଧରେ ପ୍ରଭାବଶାଳୀ ରହିବ ବୋଲି କୁହାଯାଇଛି। ପୁଣେସ୍ଥିତ ବିଜେ ଭେଷଜ ମହାବିଦ୍ୟାଳୟର ଗବେଷକମାନ ଦାବି କରିଛନ୍ତି ଯେ ମିଳିମିଳା ଟିକା ଭାରତୀୟ ଶିଶୁଙ୍କୁ କରୋନାର ତୃତୀୟ ଲହରରୁ ସୁରକ୍ଷା ଦେବାରେ ବେଶ ସହାୟକ ହେବ। ଏପରିକି ଯଦି ବୟସ୍କମାନେ ମିଳିମିଳା ଟିକା ନିଅନ୍ତି ତେବେ ସେମାନଙ୍କ ଠାରେ କରୋନା ସଂକ୍ରମଣ ଗୁରୁତର ପ୍ରଭାବ ପଡିବ ନାହିଁ।

Comments are closed.