‘ମି ଠୁ’ ଅଭିଯାନରେ ଆଉ ଜଣେ ଅଭିନେତ୍ରୀ

0

ବଲିଉଡରେ ଆରମ୍ଭ ହୋଇଥିବା ‘ମି ଠୁ’ ଅଭିଯାନରେ ଗୋଟିଏ ପରେ ଗୋଟିଏ ନାମୀଦାମୀ କଳାକାରଙ୍କ ନାମ ଯୋଡି ହେବାରେ ଲାଗିଛି । ଏସବୁ ମଧ୍ୟରେ ଏଭର ଗ୍ରୀନ୍ ଫିଲ୍ମ ‘ହାମ୍ ଆପକେ୍ ହେଁ କନ୍’ରେ ସଲମନ ଖାନଙ୍କ ଭାଉଜ ରେଣୁକା ଶାହନ ସେହି ଫିଲ୍ମରେ ତାଙ୍କ ପିତାଙ୍କ ଭୂମିକାରେ ଅଭିନୟ କରୁଥିବା ଆଲୋକ ନାଥଙ୍କ ବ୍ୟବହାରକୁ ନେଇ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଏଭଳି କୌଣସି ମହିଳା ନାହିଁ ଯାହା ନିକଟରେ ’ମି ଠୁ’ ର କାହାଣୀ ନାହିଁ ।

ଶାହନ କହିଛନ୍ତି  ଆଲୋକ ନାଥ ସହ ରାଜଶ୍ରୀ ପ୍ରଡକ୍ସନ୍ ‘ହାମ୍ ଆପକେ୍ ହେଁ କନ୍’ ଏବଂ ଟିଭି ଶୋ ‘ଇମ୍ତିହାନ’ ପରେ ଆଲୋକ ନାଥଙ୍କ ଖରାପ ବ୍ୟବହାର ସମ୍ପର୍କରେ ଜଣପଡିଥିଲା। ଆଲୋକ ନାଥ ନିଶାସକ୍ତ ଅବସ୍ଥାରେ କାଣ୍ଡ ଜ୍ଞାନ ଭୁଲି ଯାଆନ୍ତି । ସେହି ସମୟର ଏକ ପତ୍ରିକାରେ ଏହି ଖବର ପ୍ରକାଶ ପାଇଥିଲା ଯେ ‘ତାରା’ ଶୋର ଅଭିନେତ୍ରୀ ନବନୀତ ନିଶାନ ଆଲୋକ ନାଥଙ୍କୁ ଚପୁଡା ମାରିଥିଲେ । ‘ତାରା’ ଶୋର ଲେଖିକା-ପ୍ରଡ୍ୟୁସର ବିନ୍ତା ନନ୍ଦ ଆଲୋକ ନାଥ ବିରୋଧରେ ଦୁଇ ଦଶକ ପୂର୍ବରୁ ଯୌନ ଉତ୍ପୀଡନ ଓ ବଳାତ୍କାର ଅଭିଯୋଗ ଆଣିଥିଲେ ।

Leave A Reply