ମାତୃହନ୍ତା ପୁଅ ଗିରଫ

0

କେନ୍ଦ୍ରାପଡା: ପୁଣି ମାତୃହନ୍ତା ସାଜିଛି ପୁଅ । ଘରୋଇ କଳହକୁ କେନ୍ଦ୍ର କରି ମା’କୁ ହତ୍ୟା କରିଛି ପୁଅ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଦୁମୁକା ଗାଁରେ ଘଟିଛି । ମୃତକଙ୍କ ନାମ ହେଲା ତୁଳସୀ ଏବଂ ଅଭିଯୁକ୍ତ ଜଣଙ୍କ ହେଲେ କମଳାକାନ୍ତ କାଣ୍ଡି । ସୂଚନାଯୋଗ୍ୟ, କୌଣସି କାରଣକୁ କେନ୍ଦ୍ର କରି ଉଭୟ ମା’ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ କମଳାକାନ୍ତ ମା’ କୁ ପ୍ରବଳ ମାଡ ମାରି ଗୁରୁତର କରି ଦେଇଥିଲା। ଗୁରୁତର ଅବସ୍ଥାରେ ତୁଳସୀଙ୍କୁ କେନ୍ଦ୍ରାପଡା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କମଳାକାନ୍ତଙ୍କ ଭଉଣୀ ଶାଶୁ ଘର ଛାଡି ବାପ ଘରେ ରହୁଥିବା କାରଣରୁ ମା’ ଓ ପୁଅଙ୍କ ମଧ୍ୟରେ ସର୍ବଦା ଝଗଡା ଲାଗି ରହୁଥିବା ଗ୍ରାମବାସୀ କହିଛନ୍ତି । ଏହି ଘଟଣାରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି କମଳାକାନ୍ତକୁ ଗିରଫ କରିଛି ।

Leave A Reply