ସିଙ୍ଗାପୁରରେ ଦୁଇ ସପ୍ତାହ ପାଇଁ ବନ୍ଦ ରହିବ ମାକ୍‌ଡୋନାଲ୍ଡର କାରବାର

ସିଙ୍ଗାପୁର : ପ୍ରମୁଖ ଫାଷ୍ଟ ଫୁଡ ଖାଦ୍ୟ ଯୋଗାଣକାରୀ ସଂସ୍ଥା ମାକଡୋନାଲ୍ଡ ଦୁଇ ସପ୍ତାହ ପାଇଁ ଏହାର କାରବାର ବନ୍ଦ ରଖିଛି। ଗତ ସପ୍ତାହରେ ଏହି ସଂସ୍ଥାର ୭ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଂସ୍ଥା ପକ୍ଷରୁ ଏହି ନିଷ୍ପତି ନିଆଯାଇଛି। ମାକଡୋନାଲ୍ଡ ପକ୍ଷରୁ ଫେସବୁକ ପୋଷ୍ଟରେ ଏହି ସୂଚନା ଦିଆଯାଇଛି।  ସେଥିରେ ଦର୍ଶାଯାଇଛି ଯେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମଇ ୪ ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ ରହିଥିବା ବେଳେ ଏହାକୁ ପାଳନ କରିବାକୁ ସଂସ୍ଥା ନିଷ୍ପତି ନେଇଛି। ଏହି ସମୟରେ କର୍ମଚାରୀଙ୍କୁ ଦରମା ଦିଆଯିବ। ୧୩୫ଟି ଆଉଟଲେଟରେ କାର୍ଯ୍ୟକରୁଥିବା ୧୦ ହଜାରରୁ ଉର୍ଦ୍ଧ୍ବ କର୍ମଚାରୀ ରହିଥିବା ଜଣାପଡିଛି। ଏହି ଫାଷ୍ଟଫୁଡ ସଂସ୍ଥା ମାସିକ ୬ ଲକ୍ଷ ଗ୍ରାହକଙ୍କୁ ଖାଦ୍ୟ ଯୋଗାଇଥାଏ । ସୂଚନାଯୋଗ୍ୟ ଯେ ଶନିବାର ଦୈନିକ ସର୍ବାଧିକ ୯୪୨ଟି କରୋନା ସଂକ୍ରମିତ ମାମଲା ଆସିବା ସହ ମୋଟ ସଂଖ୍ୟା ୫୯୯୨ ହୋଇଛି। କରୋନା ସ୍ଥିତି ସୁଧୁରିଲେ ମଧ୍ୟ ସାମାଜିକ ଦୁରତ୍ବ ରକ୍ଷା କରିବା ସହ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ରହିଛି।

 

Comments are closed.