ଏମବିସି-ହ୍ୱିସଫରସ ଜନମତ ସର୍ଭେ; ଓଡ଼ିଶାରେ ବିଜେପି ନିରାଶାଜନକ ପଦର୍ଶନ

ଭୁବନେଶ୍ୱର : ୨୦୧୯ ଲୋକସଭା ନିର୍ବାଚନକୁ ନେଇ ଏମବିସି-ହ୍ୱିସଫରସ ଜନମତ ସର୍ଭେ ଆସିଛି। ଏହି ଜନମତ ସର୍ଭେରେ ଓଡ଼ିଶାରେ ବିଜେପି ଭଲ ପଦର୍ଶନ କରୁ ନଥିବା ଦେଖିବାକୁ ମିଳିଛି। ଏହି ସର୍ଭେ ଅନୁସାରେ ଓଡ଼ିଶାର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୧୫-୧୭ ଆସନ, ବିଜେପି ୩-୫, କଂଗ୍ରେସ ୧-୩ ଅନ୍ୟାନ୍ୟ ୦-୧ଟି ଆସନ ଜିତୁଥିବା ଦେଖିବାକୁ ମିଳିଛି। ସେହିପରି ଓଡ଼ିଶା ବିଧାନସଭା କ୍ଷେତ୍ରରେ ବିଜେଡି ୧୦୦-୧୧୦, ବିଜେପି ୨୫-୩୦, କଂଗ୍ରେସ ୧୦-୧୫ ଓ ଅନ୍ୟାନ୍ୟ ୨-୭ଟି ଆସନ ଜିତୁଥିବା ସର୍ଭେ କହୁଛି। ଦେଶର ସମସ୍ତ ଲୋକସଭା ଆସନରୁ ବିଜେପି ୧୪୦-୧୬୦, ଏନଡିଏ ୧୯୦-୨୨୦, ଆଇଏନସି ୧୨୦-୧୪୦, ୟୁପିଏ ୧୭୦-୨୦୦ ଓ ଅନ୍ୟାନ୍ୟ ୧୦୦-୧୨୦। ୨୦୧୯ ଲୋକସଭା ନିର୍ବାଚନ ରବିବାର ଶେଷ ହୋଇଛି। ମେ ୨୩ ତାରିଖରେ ଭୋଟଗଣନା କରାଯିବ।

Comments are closed.