ବାଇକ ଆରୋହୀଙ୍କ ମୃତଦେହ ଉଦ୍ଧାର

ବଡ଼ସାହି : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ଦେଉଳିଆ ରାସ୍ତାର ଭାଲୁବସା ନିକଟରେ ଜଣେ ବାଇକ ଆରେହୀଙ୍କ ମୃତଦେହ ଗୁରୁବାର ପୁଲିସ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବାଇକଟି ପଡ଼ି ରହିଛି। ସୂଚନା ଯୋଗ୍ୟ, ଭାଲୁବସା ବୁଲାଣି ରାସ୍ତାରେ ଭାରସାମ୍ୟା ହରାଇ ବାଇକଟି ଏକ ଶାଳ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ଉକ୍ତ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ପୁଲିସ ଅନୁମାନ କରୁଛି। ପୁଲିସ ମୃତଦେହ ଉଦ୍ଧାର କରି ଏକ ଦୁର୍ଘଟଣା ମାମଲା ରୁଜୁ କରିଛି। ଏହାସହ ମୃତଦେହଟିକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବାଇଟିକୁ ମଧ୍ୟ ଜବତ କରିଛି।

Comments are closed.