ମନ୍ଦିର ଦର୍ଶନ ପାଇଁ ଯିବା ବାଟରେ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ପରିବାର ଲୋକେ

ମୟୁରଭଞ୍ଜ : ଶିବରାତ୍ରୀ ଅବସରରେ ମନ୍ଦିରକୁ ଠାକୁରଙ୍କ ଦର୍ଶନ ପାଇଁ ଆଜି ଯିବା ସମୟରେ ଏକ ପରିବାର ଅଳ୍ପକେ ସଡ଼କ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଏଭଳି ଏକ ଘଟଣା ମୟୁରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ଘଟିଛି। ସୂଚନା ଯୋଗ୍ୟ, ଜଣେ ବ୍ୟକ୍ତି ନିଜ ପରିବାର ସହ କାରରେ ଉଦଳାର ବହୁପୁରାତନ ମଣିନାଗେଶ୍ୱର ମନ୍ଦିରକୁ ପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିଲେ। ସେହି ସମୟରେ ଘରୁ ବାହାରି ଯାଉଥିବା ସମୟରେ ଘର ନିକଟରେ ଥିବା ପୋଖରୀ ଭିତରକୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହାଦେଖି ନିକଟରେ ଥିବା ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ନେଇ ସୂଚନା ମିଳିଛି।

Comments are closed.