ଚଳନ୍ତା ମ୍ୟାଜିକ ଭ୍ୟାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ଡ୍ରାଇଭର

ଦ୍ୱାରଶୁଣି :  ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଝରଣସାହି ନିକଟ୪୯ନଂ ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ମ୍ୟାଜିକ ଭ୍ୟାନ। ତେବେ ମିଳିଥିବା ସୂଚନା ମୁତାବକ ଗାଡ଼ିଟି ଝାରପୋଖରିଆ ଠାରୁ ବାଙ୍ଗିରିପୋଷି ଅଭିମୁଖେ ଯାଉଥିବା ସମୟରେ କୌଣସି କାରଣ ବଶତଃ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଗାଡିଟିକୁ ହୁତୁହୁତୁ ହୋଇ ଜଳୁଥିବା ଦେଖି ସ୍ଥାନୀୟ ଲୋକ ସାରସକଣା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଏହାପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଆୟତ୍ତ ଦେବା ବେଳକୁ ଗାଡ଼ିଟି ସମ୍ପୁର୍ଣ୍ଣ ଜଳି ସାରିଥିଲା। ଏ ନେଇ ଝାରପୋଖରିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.