ଠାକୁରମୁଣ୍ଡା ଅଞ୍ଚଳରେ ବିଦେଶୀ: ପ୍ରଶାସନ ନଜରରେ ପର୍ଯ୍ୟଟକ

ଠାକୁରମୁଣ୍ଡା:  ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳକୁ ଆସିଥିବା ଜଣେ ବିଦେଶୀ ପର୍ଯ୍ୟଟକକୁ ଦେଖିବା ପରେ ସ୍ଥାନୀୟ ଲୋକ କରୋନା ଭୟ ରେ ତାଙ୍କୁ ଅଟକ ରଖିଥିଲେ। ଇଶ୍ରାଏଲ ଦେଶରୁ ଭ୍ରମଣ ଉଦେଶ୍ୟରେ ଆସିଥିବା ପର୍ଯ୍ୟଟକ ଜଣକ ଏକ ବାଇକ ଯୋଗେ ନିଜର ବ୍ୟବହାର କରୁଥିବା ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀକୁ ବାଇକରେ ବାନ୍ଧି ଠାକୁରମୁଣ୍ଡା-ଉଦଳା ରାସ୍ତା ଦେଇ ଯାଉଥିବା ସମୟରେ ପତ୍ରପଡା ନିକଟରେ ଛିଡା ହୋଇଥିଲେ। ଗ୍ରାମ ନିକଟରେ ଜଣେ ବିଦେଶୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଈ ତାଙ୍କୁ ପାଟିତୁଣ୍ଡ କରିଥିଲେ।ଏହାପରେ ବିଦେଶୀ ଜଣକ ରାସ୍ତା କଡ ଜଙ୍ଗଲ ଭିତରକୁ ପଶିଯାଇ ଥିଲେ। ସ୍ଥାନୀୟ ବନ କର୍ମଚାରୀ ଏନେଇ ମହୁଲଡିହା ଥାନ କୁ ସୂଚନା ଦେବାପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଖବର ପାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ, ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ପହଞ୍ଚି ଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାରମ୍ଭିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କର ସ୍ୱାସ୍ଥ୍ୟ ଠିକ ରହିଥିବାର ଡାକ୍ତର କହିଛନ୍ତି। ବିଦେଶୀ ଜଣକ ଗତ ଜାନୁୟାରୀ ମାସରୁ ପାସପୋର୍ଟ କରି ଭାରତରେ ରହି ଭ୍ରମଣ କରୁଛନ୍ତି। ତାଙ୍କୁ ବର୍ତ୍ତମାନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖା ଯାଇଥିବା ବେଳେ ଜିଲ୍ଳାପାଳଙ୍କ ନିର୍ଦେଶ ପରେ ତାକୁ ବାରିପଦା ଜିଲ୍ଲାମୁଖ୍ୟ କାର୍ଯ୍ୟାଳୟକୁ ପଠେଇ ଦେଉଛନ୍ତି।

Comments are closed.