ପ୍ରାର୍ଥନା ସମୟରେ ୫ ଛାତ୍ରୀ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ଖୁଣ୍ଟା: ଖୁଣ୍ଟା ବ୍ଲକ କରକଚିଆ ୟୁପି ସ୍କୁଲରେ ପ୍ରାଥନା ସମୟରେ ୫ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। କରକଚିଆ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀର ୪ ଜଣ ଓ ସପ୍ତମ ଶ୍ରେଣୀର ଜଣେ ଛାତ୍ରୀ ପ୍ରାର୍ଥନା ସମୟରେ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାର୍ଥନା ସମୟରେ ସେମାନେ ଅସୁସ୍ଥ ହୋଇପଡିଥିବା ସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସେଠୀ କହିଛନ୍ତି। ଏହି ଘଟଣାରେ ଝିଅକୁ ଦେଖିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ ମା ସଂଜ୍ଞାହୀନ ହୋଇପଡିଥିଲେ। ସମସ୍ତ ୬ ଜଣଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନେ ବିପଦ ମୁକ୍ତ ଅଛନ୍ତି ଓ ସନ୍ଧ୍ୟା ପର୍ୟ୍ୟନ୍ତ ଡାକ୍ତରଖାନାରେ ରହିବେ ବୋଲି ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ପରମଜିତ ମହାନ୍ତ କହିଛନ୍ତି।

Comments are closed.