ମୟୁରଭଞ୍ଜ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ବାସ୍ତବତାର ସାକାରାତ୍ମକ ଓ ନିଷ୍ଠାପର ପରିବେଷଣ ହିଁ ସାମ୍ବାଦିକତା : ହୁସେନ ରବି ଗାନ୍ଧୀ

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ରବିବାର ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ଭାବେ ପରିଚିତ ଗଣମାଧ୍ୟମ ହିଁ ଏକ ସମ୍ଭାବନାର ଶ୍ରେଣୀବିହୀନ ସମାଜ ଗଠନ କରିପାରିବାରେ ସାମର୍ଥ ରଖିପାରେ ବୋଲି ଆଜି ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଠାରେ ଆୟୋଜିତ ଜିଲାସ୍ତରୀୟ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ ଓ ସାଧାରଣ ପରିଷଦ ବୈଠକରେ ଯୋଗ ଦେଇଥିବା ଅତିଥି ସମୁହଙ୍କ ସାମଗ୍ରିକ ଅଭିଭାଷଣର ବାର୍ତ୍ତା ରହିଥିଲା। ସ୍ଥାନୀୟ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟ ପରିସରରେ ସଂଘର ସଭାପତି ଅରୁଣ କୁମାର ଓତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରଷତମ ଦାସ ଯୋଗ ଦେଇ ଏକ ସୁସ୍ଥ ସାମାଜିକ ବ୍ୟବସ୍ଥା ପାଇଁ ପ୍ରଶାସନ, ପୁଲିସ ଓ ସାମ୍ବାଦିକମାନଙ୍କର ବିକାଶମୂଳକ ସହଭାଗିତା ସାକାରତ୍ମକ ହେଲେ ସମସ୍ତ ସମସ୍ୟାର ସମାଧାନ ହେବ ବୋଲି ପ୍ରକାଶ କରିଥିଲେ। ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ସାମ୍ବାଦିକତା ଏକ ମଣିଷ ସ୍ୱାଧୀନତାର ସମ୍ବେଦନଶୀଳ ପରିବେଷଣ ଓ ମାନବିକତାର ସାମାଜିକ ପ୍ରତିଫଳନ ବୋଲି କହିଥିଲେ। ସମାଜ କୈନ୍ଦ୍ରିକ ହୋଇ ଆତ୍ମଚେତନାର ବାହକ ହେଲେ ସାମ୍ବାଦିକ ନିରପେକ୍ଷ ହୋଇପାରିବ ବୋଲି ମଧ୍ୟ ପ୍ରକାଶ କରିଥିଲେ। ସମ୍ମନିତ ବକ୍ତା ଭାବେ ବିଶିଷ୍ଟ ସ୍ତମ୍ବକାର ହୁସେନ ରବି ଗାନ୍ଧୀ ଅସହିଷ୍ନୁତାର ସମାଜକରଣକୁ ବାସ୍ତବତା ସହ ସାକାରତ୍ମକ ଓ ନିଷ୍ଠା ଭାବେ ପରିବେଷଣ କରିବା ହିଁ ସାମ୍ବାଦିକତା ବୋଲ ଉଦବୋଧନ ମାଧ୍ୟମରେ ମାର୍ଗଦର୍ଶନ କରିଥିଲେ। ସମ୍ମନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ରମାକାନ୍ତ ସିଂହ, ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅଧକ୍ଷା ଡ. ପୁଷ୍ପା ପାତ୍ର , ବରିଷ୍ଠ ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା,ବେତନଟି ସିଭିଲ ସୋସଇଟିର ସଭାପତି ଚୁଡାମଣି ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ। ସଂଘର ସଭାପତି ଅରୁଣ କୁମାର ଓତା ସାମ୍ବାଦିକ ସୁରକ୍ଷା ନେଇ ନିଜର ଅଭିଭାଷଣ ରଖିଥିବା ବେଳେ ସମ୍ପାଦକ ସଂଜୟ କୁମାର ଅଗ୍ରୱାଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସେବା ସମ୍ମାନ ଭାବେ ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରଷତମ ଦାସ, ପୁର୍ବତନ ମନ୍ତ୍ରୀ ଗୋଲକ ବିହାରୀ ନାଏକ, ସ୍ୱତନ୍ତ୍ର ସାମ୍ବାଦିକ ସମ୍ମାନ ଭାବେ କପିଳ ଚନ୍ଦ୍ର ଭୋଳ, ସାମ୍ବାଦିକ ସମ୍ମାନ ଭାବେ ଉମାଶଙ୍କର ଦାସ, ସୁଶାନ୍ତ କୁମାର ମିଶ୍ର, ଶରତ ଚନ୍ଦ୍ର ଦାସ, ଯୁବ ସାମ୍ବାଦିକ ସମ୍ମାନ ଭାବେ ଯୁବ ସାମ୍ବାଦିକ ସ୍ୱାତୀ ଜେନା (ଅର୍ଗସ ନିଉଜ୍‍, ଭୁବନେଶ୍ୱର)ସ୍ୱତନ୍ତ୍ର କଳା ଓ ସଂସ୍କୃତି ସମ୍ମାନ ଭାବେ ପ୍ରସିଦ୍ଧ ଛଉ ନୃତ୍ୟ ଶିଳ୍ପୀ ଶୁଭଶ୍ରୀ ମୁଖାର୍ଜୀ ଏବଂ ଫଟୋ ସାମ୍ବାଦିକ ସମ୍ମାନ ଭାବେ ଛୁଟୁପଦ ମୋଦକଙ୍କୁ ଉତରୀୟ , ମାନପତ୍ର ଓ ପୁଷ୍ପଗଛ ଦେଇ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ।
ସମ୍ବାଦିକ ହିମାଦ୍ରୀ ଶେଖର ପାଳ ମଂଚ ପରିଚାଳନା କରିଥିବା ବେଳେ ବାଙ୍ଗିରିପୋଷି ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ର ଛାତ୍ରୀମାନେ ସ୍ୱାଗତ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ। ସନ୍ତୋଷ କୁମାର ଖଣ୍ଡା, ପ୍ରକାଶ କୁମାର ବେହେରା, ରମାକାନ୍ତ ମଲ୍ଲିକ ସାମ୍ବାଦିକ ମାଣିକଲାଲ ପାଣି, ଆଲୋକ କୁମାର ସ୍ୱାଇଁ, ପ୍ରତିଶ କୁମାର ମହାନ୍ତ, ପ୍ରଶାନ୍ତଦାସ ପଟ୍ଟନାୟକ,ପ୍ରଭାତ କୁମାର ହୋତା, ଅଶୋକ କୁମାର ମହାନ୍ତି , ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ , ମନୋଜ କୁମାର ପଣ୍ଡା, ଦିଲିପ କୁମାର ଜେନା, ଅମିତାଭ ଜେନା, ପ୍ରଦୀପ୍ତ ହୋତା, ସତ୍ୟପ୍ରକାଶ ମହାନ୍ତି, ସଂଜିବ ମହାନ୍ତି, ହିତେନ୍ଦ୍ର ପ୍ରକାଶ ମହାନ୍ତ, ସଂଜୟ କୁମାର ଚୈାଉଧୁରୀ, ସୈାରପ ପଟ୍ଟନାୟକ, ସୁଜିତ ପଟ୍ଟନାୟକ, ତପନ କୁମାର ମହାନ୍ତି, ଦିଲିପ କୁମାର ସାହୁ, ନିହାର ରଂଜନ ବେହାର,ବାସୁଦେବ ପାତ୍ର, ସତ୍ୟବ୍ରତ ଭୋଳ ପ୍ରମୁଖ ନେତୃତ୍ୱରେ ବାର୍ଷିକ ଉତ୍ସବ ପରିଚାଳନା କରିଥିଲେ। ତପନ କୁମାର ପତି ଧନ୍ୟବାଦ ଅର୍ପଣ କରିଥିବା ବେଳେ କପ୍ତିପଦା, ବାବନଘାଟୀ ବାରପଦା ଓ ପାଂଚପୀଢ ଉପଖଣ୍ଡର ଶତାଧିକ ସାମ୍ବାଦିକ ଏହି ସମାବେଶରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବଡସାହି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର,କୃଷି ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବାଙ୍ଗିରିପୋଷି ବ୍ଲକ ଅଧ୍ୟକ୍ଷ ସୁବୋଧ ମାର୍ଣ୍ଡୀ ଉପସ୍ଥିତ ଥିଲେ। ବାର୍ଷକ ଉତ୍ସବ ଆରମ୍ଭରେ ସଭାପତି ଅରୁଣ କୁମାର ଓତାଙ୍କ ଦ୍ୱାରା ମହାତ୍ମାଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସାମ୍ବାଦିକ ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ ସଭାପତିତ୍ୱରେ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା।

Comments are closed.