ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମାଡ଼

0

ଦ୍ୱାରଶୁଣି : ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ପଥୁରୀ ଗ୍ରାମର ବିଶ୍ଵନାଥ ସିଂ ଓ ତାଙ୍କ ପତ୍ନୀ ବଦନ ସିଂଙ୍କୁ ଉକ୍ତ ଗ୍ରାମର ହିମତ ସିଂ, ବିଶମ ସିଂ, କୁନା ସିଂ ଓ କାଳିଆ ସିଂ ମିଶି ନିର୍ଘାତ ମାଡ଼ ମାରିବା ସହ ଡାହାଣୀ କହି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଏଥିରେ ବିଶ୍ଵନାଥଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତ ବୋହିଥିଲା  ଏବଂ ବଦନସିଂଙ୍କ ପିନ୍ଧା ଲୁଗା ମଧ୍ୟ ଛିଡ଼ାଇ ଦେଇଥିବାର ଥାନା ରେ ଅଭିଯୋଗ କରିଛନ୍ତି ଦମ୍ପତି । ଗାଁରେ ରହିବାକୁ ଦିଆଯିବ ନାହିଁ ବୋଲି ଉଭୟ ଦମ୍ପତିଙ୍କୁ ଧମକ ଦିଆଯାଇଥିବା ବେଳେ ପୁଲିସ ତରଫରୁ ସୁରକ୍ଷା ଦେବା ପାଇଁ ସେମାନେ ନିବେଦନ କରିଛନ୍ତି । ଏନେଇ ବାଙ୍ଗିରିପୋଷି ଥାନାରେ କେଶ ନଂ ୧୦୧/୧୮ ରୁଜୁ କରି ତଦନ୍ତ ଆରମ୍ଭ କରିଛି ବାଙ୍ଗିରିପୋଷି ଥାନା ପୁଲିସ।

Leave A Reply