ବାଡ଼ିରେ ଫୁଟିଛି ବିରଳ ପାରିଜାତ ଫୁଲ , ଦେଖିବାକୁ ଲୋକଙ୍କ ଗହଳି

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ହାତିଗୋଡା ପଞ୍ଚାୟତର ଚାଇବାଇଁଶୀ ଗ୍ରାମରେ ରବିବାର ବିରଳ ପାରିଜାତ ଫୁଲ ଫୁଟିଥିବାର ଦେଖାଯାଇଛି। ଶିକ୍ଷା ବିଭାଗରେ କାର୍ଯ୍ୟରତ ଥିବା ଗ୍ରାମର ଭୂବନ ବିଶ୍ୱାଳଙ୍କ ଘରେ ଏହି ଫୁଲ ଫୁଟିଥିବା ଜଣାପଡ଼ିଛି। ସେ ୭/୮ ବର୍ଷ ପୂର୍ବରୁ ଭୁବନେଶ୍ୱରରୁ ଏହି ପାରିଜାତ ଗଛ ଆଣି ନିଜ ଘର ବାଡ଼ିରେ ଲଗାଇଥିଲେ। ପ୍ରାୟ ୮ ଦିନ ପୂର୍ବରୁ ଗଛରେ କଢ଼ଧରି ଥିଲା। ରବିବାର ଫୁଲଟି ଗଛରେ ସମ୍ପୂର୍ଣ୍ଣ ଫୁଟିଥିବାର ଦେଖିବାକୁ ମିଳିଛି। ପାରିଜାତ ଫୁଲ ଫୁଟିଥିବାର ଶୁଣି ଫୁଲ ଦେଖିବାକୁ ତାଙ୍କ ବାଡ଼ିରେ ଲୋକ ମାନଙ୍କର ଗହଳି ଲାଗିଛି।

Comments are closed.