ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ କେନ୍ଦ୍ର ମନ୍ତ୍ରୀ ଗଙ୍ଗୱାର, ମାୟାବତୀ ଓ ପ୍ରିୟଙ୍କାଙ୍କ ତୀବ୍ର ସମାଲୋଚନା

0

ନୂଆଦିଲ୍ଲୀ : ଉତ୍ତର ଭାରତରେ ଚାକିରି ପାଇଁ ଯୋଗ୍ୟ ଯୁବକଙ୍କ ଅଭାବ ରହିଛି ବୋଲି ମନ୍ତବ୍ୟ ଦେଇ କେନ୍ଦ୍ର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ବିବାଦ ଘେରକୁ ଆସିଛନ୍ତି। ଏହାକୁ ନେଇ ବିରୋଧୀ ଦଳର ନେତାମାନେ ଗଙ୍ଗୱାରକୁ କଡ଼ା ସମାଲୋଚନା କରିଛନ୍ତି।

ଗଙ୍ଗୱର ଶନିବାର ବରେଲିଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ ଦେଶରେ ନିଯୁକ୍ତିର ଅଭାବ ନାହିଁ। ମାତ୍ର ଉତ୍ତର ଭାରତରେ ନିଯୁକ୍ତି ଦେବାକୁ ଆସୁଥିବା କମ୍ପାନୀ ଓ ବ୍ୟକ୍ତିମାନେ ଚାକିରି ପାଇଁ ଯୋଗ୍ୟ ବ୍ୟକ୍ତି ପାଉନଥିାବା କହୁଛନ୍ତି। ନିଯୁକ୍ତି କାର୍ଯ୍ୟାଳୟ ବ୍ୟତୀତ ତାଙ୍କ ମନ୍ତ୍ରଳାୟ ମଧ୍ୟ ନଯୁକ୍ତି ନେଇ ଖବରକାଗଜରେ ପ୍ରକାଶ ପାଉଥିବା ଚାକିରି ବିଜ୍ଞାପନ ଓ ଅନ୍ୟାନ୍ୟ ଚାକିରି ବିଜ୍ଞାପନ ଉପରେ ନଜର ରଖିଛି ବୋଲି ସେ କହିଛନ୍ତି। ତେବେ ଗଙ୍ଗୱାରଙ୍କ ମନ୍ତବ୍ୟକୁ ବହୁଜନ ସମାଜ ପାର୍ଟି (ବିଏସପି) ଅଧ୍ୟକ୍ଷା ମାୟାବତୀ, କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତୀବ୍ର ସମାଲୋଚନା କରିଛନ୍ତି। ଦେଶରେ ଆର୍ଥିକ ମାନ୍ଦାବସ୍ଥା ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ହାସ୍ୟସ୍ପଦ ବୋଲି ମାୟାବତୀ କହିଛନ୍ତି। ନିଯୁକ୍ତି ଦେବା ବଳଦରେ ଯୋଗ୍ୟତାର ଅଭାବ ରହିଛି କହିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି। ସେହିପରି ପ୍ରିୟଙ୍କା ଟ୍ୱିଟ୍‍ କରି ଗଙ୍ଗୱାରଙ୍କୁ ସମାଲୋଚନା କରିଛନ୍ତି। ୫ ବର୍ଷରେ ନିଯୁକ୍ତି ସୃଷ୍ଟିରେ ଏନଡିଏ ସରକାର ବିଫଳ ରହିଲା। ଏବେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଅନେକ ଲୋକ ଚାକିରି ହରାଉଛନ୍ତି। ଏଭଳି ସମୟରେ ସରକାର କିଛି କରିବା ବଦଳରେ ଏଭଳି ବୟାନ ଦେବା ହାସ୍ୟସ୍ପଦ। ଉତ୍ତର ଭାରତୀୟଙ୍କ ଅପମାନ କରି ମନ୍ତ୍ରୀ ଖସିଯିବାକୁ ଚାହୁଁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

Leave A Reply