ଆର୍ଥିକ ଆଧାରରେ ସଂରକ୍ଷଣ ଦିଆଯାଉ: ମାୟାବତୀ

0

ନୂଆଦିଲ୍ଲୀ : ବହୁଜନ ସମାଜବାଦୀ ପାର୍ଟି (ବିଏସ୍‍ପି) ରାଷ୍ଟ୍ରୀୟ ଅଧ୍ୟକ୍ଷ ମାୟାବତୀ ଲୋକସଭାରେ ପାରିତ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ଅତ୍ୟାଚାର ନିରୋଧୀ ସଂଶୋଧନ ବିଧେୟକ ୨୦୧୮ର ସ୍ୱାଗତ କରିଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ପଛୁଆ ବର୍ଗ ଆୟୋଗକୁ ସାମ୍ବିଧାନିକ ମାନ୍ୟତା ଦେବାର ପଦକ୍ଷେପକୁ ସେ ସମର୍ଥନ ଜଣାଇଛନ୍ତି। ଏହାସହ ଆର୍ଥିକ ଆଧାରରେ ଲୋକଙ୍କୁ ସଂରକ୍ଷଣ ଦେବାକୁ ସେ ଦାବି କରିଛନ୍ତି। ଗରିବ ସବର୍ଣ୍ଣ, ମୁସଲିମ ଓ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଆର୍ଥିକ ଆଧାରରେ ସଂରକ୍ଷଣ ଦେବାକୁ ସେ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମ୍ବିଧାନ ସଂଶୋଧନ ବିଧେୟକ ଆଣିଲେ ବିଏସ୍‍ପି ତାକୁ ସମର୍ଥକ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave A Reply