ମୟଙ୍କଙ୍କ ପ୍ରଥମ ଦ୍ବିଶତକ; ୪୦୦ ଟପିଲା ଭାରତ

ବିଶାଖାପାଟଣା: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ନିଜ କ୍ୟାରିୟରର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି। ମୟଙ୍କଙ୍କ ଦ୍ବିଶତକ ବଳରେ ଭାରତ ୨ୟ ଦିନରେ ୪୦୦ ରନ୍‌ ଅତିକ୍ରମ କରିଛି। ଗତକାଲିର ୮୪ ରନ୍‌ର ଇନିଂସରୁ ମୟଙ୍କ ଆଜିର ପାଳି ଆରମ୍ଭ କରିଥିଲେ। ପ୍ରଥମେ ସେ ୧୦୦ ରନ୍‌ର ମାଇଲଖୁଣ୍ଟ ଛୁଇଁଥିଲେ। ଏହା ତାଙ୍କର ପ୍ରଥମ ଶତକ ଥିଲା। ରୋହିତ ଆଉଟ ହୋଇଯିବା ପରେ ଭାରତ ନିୟମିତ ଉଇକେଟ ହରାଇ ଚାଲିଥିଲା। କିନ୍ତୁ ମୟଙ୍କ ପ୍ରଭାବୀ ପ୍ରଦର୍ଶନ କରି ଶେଷରେ ଚମତ୍କାର ଦ୍ବିଶତକୀୟ ଇନିଂସ ଖେଳିବାରେ ସକ୍ଷମ ହୋଇଛନ୍ତି। ୨ୟ ଦିନର ମଧ୍ୟାହ୍ନ ଭୋଜନ ବିରତି ପରେ ସେ ଏହି ସଫଳତା ହାସଲ କରିଛନ୍ତି। ଭାରତ ୧୧୮.୫ ଓଭରରୁ ୪ ୱିକେଟ ବିନିମୟରେ ୪୩୨ ରନ ସଂଗ୍ରହ କରିଛି। ମୟଙ୍କ ୨୧୧ ରନ କରି ଅପରାଜିତ ଥିବାବେଳେ ରୋହିତ ଶର୍ମା(୧୭୬), ଚେତେଶ୍ଵର ପୂଜାରା(୬), ବିରାଟ କୋହଲି(୨୦) ଏବଂ ଆଜିଙ୍କ୍ୟ ରାହାଣେ ୧୫ ରନ୍‌ର ଯୋଗଦାନ କରି ଆଉଟ ହୋଇଯାଇଛନ୍ତି। ମୟଙ୍କଙ୍କ ସହିତ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରୁଛନ୍ତି।

Comments are closed.