୭୧ ବର୍ଷର ରେକର୍ଡ ଭାଙ୍ଗିଲେ ମୟଙ୍କ

0

ମେଲ୍‌ବୋର୍ଣ୍ଣ : ବୁଧବାର ସକାଳୁ ଅଧିନାୟକ ବିରାଟ କୋହଲିଙ୍କଠାରୁ ଟେଷ୍ଟ ଟୋପି ଗ୍ରହଣ କରିଥିଲେ କର୍ଣ୍ଣାଟକର ଓପ୍‌ନର ମୟଙ୍କ ଅଗ୍ରୱାଲ। ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଖେଳିବାର ସୁଯୋଗକୁ ମୟଙ୍କ ଅପେକ୍ଷା କରିଥିଲେ। ଭାରତର ୨୯୫ତମ ଟେଷ୍ଟ ଖେଳାଳି ଭାବେ ମୟଙ୍କ ପଦାର୍ପଣ କରିଥିଲେ। ଏହି ସୁଯୋଗର ସଦ୍‌ବ୍ୟବହାର କରି ମୟଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ। ୧୬୧ ବଲ୍‌ରୁ ୭୬ ରନ୍‌ର ଇନିଂସ ଖେଳି ମୟଙ୍କ ଭବିଷ୍ୟତ ପାଇଁ ସମ୍ଭାବନା ସୃଷ୍ଟି କରିଛନ୍ତି। ଏହି ଇନିଂସ ଖେଳି ମୟଙ୍କ ୭୧ ବର୍ଷର ରେକର୍ଡକୁ ଭାଙ୍ଗି ପାରିଛନ୍ତି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଜୀବନର ପ୍ରଥମ ଟେଷ୍ଟ​‌େ​‌ର ଭାରତୀୟ ଭାବେ ୭୬ ରନ୍ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍। ୧୯୪୭ରେ ଦତ୍ତୁ ଫାଡ଼କର ସିଡ୍‌ନି କ୍ରିକେଟ ଗ୍ରାଉଣ୍ଡରେ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍ ଖେଳି ୫୧ ରନ୍ କରିଥିଲେ; ଯାହାକୁ ଏହି ମ୍ୟାଚ୍‌ରେ ମୟଙ୍କ ଅତିକ୍ରମ କରି ପାରିଛନ୍ତି। ପୁଣି ବିଦେଶରେ ଟେଷ୍ଟ ପଦାର୍ପଣ କରି ୨ୟ ସର୍ବାଧିକ ରନ୍ ସ୍କୋର୍ କରିଛନ୍ତି ମୟଙ୍କ ଅଗ୍ରୱାଲ। ୧୯୭୪ରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଜୀବନ ଆରମ୍ଭକରି ଭାରତର ସୁଧୀର ନାୟକ ୭୭ ରନ୍ କରିଥିଲେ। ୭୬ ରନ୍‌କରି ଏହି କ୍ରମରେ ମୟଙ୍କ ୨ୟ ସ୍ଥାନରେ ଥିବା ବେଳେ ୧୯୭୧ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସୁନୀଲ ଗାଭାସ୍କର ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍ ଖେଳି ଅପରାଜିତ ୬୭ ରନ୍ କରିଥିଲେ। ମୁରଲୀ ବିଜୟ ଓ କେ.ଏଲ୍. ରାହୁଲଙ୍କ ଖରାପ ଫର୍ମ ଯୋଗୁଁ ମୟଙ୍କଙ୍କୁ ଜୀବନର ପ୍ରଥମ ଟେଷ୍ଟ ଖେଳିବାର ସୁଯୋଗ ମିଳିଥିବା ବେଳେ ହନୁମା ବିହାରୀ ମଧ୍ୟକ୍ରମକୁ ଛାଡ଼ି ଇନିଂସ ଓପନ୍ କରିଥିଲେ। ଦୁହେଁ ଓପ୍‌ନିଂ ଯୋଡ଼ିରେ ୪୦ ରନ୍ କରିଥିଲେ।

Leave A Reply