ମୟଙ୍କଙ୍କ ଆଉ ଏକ କୃତିତ୍ବ

0

ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ପଦାର୍ପଣ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୭୬ ଓ ୪୨ ରନ କରିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଖେଳୁଥିବା ମୟଙ୍କ ଯେପରିଭାବେ ଅଷ୍ଟ୍ରେଲିଆ ଫାଷ୍ଟ ବୋଲରଙ୍କ ମୁକାବିଲା କଲେ, ତାହାକୁ କ୍ରିକେଟ ବିଶେଷଜ୍ଞମାନେ ଭୂୟସୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ମୟଙ୍କ ଆଉ ଏକ କୃତିତ୍ବର ଅଧିକାରୀ ହୋଇଛନ୍ତି। ବିଦେଶ ମାଟିରେ ପଦାର୍ପଣ ଟେଷ୍ଟରେ ସର୍ବାଧିକ ରନ ସ୍କୋର କରିବାରେ ମୟଙ୍କ ହେଉଛନ୍ତି ଦ୍ବିତୀୟ ଭାରତୀୟ। ମୟଙ୍କ ଏହି ଟେଷ୍ଟରେ ମୋଟ ୧୧୮ ରନ କରି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ସୁନିଲ ଗାଭାସ୍କର ପଦାର୍ପଣ ଟେଷ୍ଟରେ (ୱେଷ୍ଟଇଣ୍ଡିଜ ବିପକ୍ଷ) ମୋଟ ୧୧୮ ରନ କରି ତାଲିକାର ସର୍ବାଗ୍ରେ ରହିଛନ୍ତି।

Leave A Reply