ଓମ୍‍ ପ୍ରକାଶ ଚୌତାଲାଙ୍କର ୧.୯୪କୋଟି ସମ୍ପତ୍ତି ଜବତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଳୀ : ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍‍ ପ୍ରକାଶ ଚୌତାଲାଙ୍କର ଏକ କୋଟି ୯୪ଲକ୍ଷ ମୂଲ୍ୟର ଦିଲ୍ଲୀ ସ୍ଥିତ ଏକ ଅସ୍ଥାବର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅସ୍ଥାୟୀ ଭାବେ ଜବତ କରିଛି । କଳାଧନ ବୈଧ ନିବାରଣ ଆଇନ୍‍ ଅଧୀନରେ ଏକ ଦୁର୍ନୀତି ମାମଲାରେ ତାଙ୍କ ବିରୁଦ୍ଧରେ ଏହି ପଦକ୍ଷେପ ନିଆଯାଇଛି।

ଏକ ସରକାରୀ  ବିଜ୍ଞପ୍ତିରେ କୁହାଯାଇଛି, ଶ୍ରୀ ଚୌତାଲା ଏବଂ ଅନ୍ୟମାନେ ଆର୍ୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଦ୍ୱାରା ରୁଜୁ କରାଯାଇଥିବା ଏତଲା ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ସି.ବି.ଆଇ. ପକ୍ଷରୁ ଓମ୍‍ ପ୍ରକାଶ ଚୌତାଲା, ଅଭୟ ଚୌତାଲା ଏବଂ ଅଜୟ ଚୌତାଲାଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା। ସିବିଆଇ. ଦ୍ୱାରା ତଦନ୍ତରୁ ଜଣାପଡ଼ିଥିଲା, ଓମ୍‍ ପ୍ରକାଶ ଚୌତାଲା ୧୯୯୩ ମସିହା ମେ’ ମାସରୁ ୨୦୦୬ ମସିହା ମେ’ ମାସ ପର୍ଯ୍ୟନ୍ତ ୬କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଆର୍ୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିଲେ। ତଦନ୍ତରୁ ଜଣାପଡ଼ିଥିଲା ଅଭୟ ସିଂହ ଚୌତାଲା ଏବଂ ଅଜୟ ସିଂହ ଚୌତାଲା ମଧ୍ୟ ଆର୍ୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିଲେ।

Comments are closed.